ଦଳିତ ବିକାଶ ପରିଷଦ ପକ୍ଷରୁ 75ତମ ସମ୍ବିଧାନ ଦିବସ ପାଳନ
ଜଗତସିଂହପୁର ଠାରେ ଦଳିତ ବିକାଶ ପରିଷଦ ପକ୍ଷରୁ 75 ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଦଳିତ ନେତା ଶଙ୍କର ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସିପି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ବାବା ସାହେବ ଆମ୍ବେଦକର ଙ୍କ ସମ୍ବିଧାନ ପ୍ରଣୟନ ସମ୍ପର୍କରେ ଆଲୋଚନା କରିଥିଲେ ।
