୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ୭୬ତମ ସାଧାରଣ ତନ୍ତ୍ର ଦିବସ ମୁକୁନ୍ଦପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି*ଗଞ୍ଜାମ ଅଦ୍ୟ ଅର୍ଥାତ ତା ୨୬/୦୧/୨୦୨୫ ରିଖ ଆସିକା ମୁକୁନ୍ଦପୁର ସ୍ଥିତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ କାର୍ଯ୍ୟାଳୟ ପରିସରରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ଉତ୍ସବ ଶୃଙ୍ଖଳା ର ସହିତ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁକୁନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିଜର ସହ କର୍ମୀ ଏବଂ ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ନେଇ ଉପସ୍ଥିତ ରହିଥିଲେ। ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଜାତୀୟ ପତାକା ଉତୋଳନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମିଷ୍ଟାନ୍ନ ବଣ୍ଟନ ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି ଉତ୍ସବରେ କେନ୍ଦ୍ରୀୟ ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ, କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ଡାକ୍ତର ରାଉତ, ବରିଷ୍ଠ ଜିଲ୍ଲା ସାମ୍ବାଦିକ ଶ୍ରୀ ରଞ୍ଜନ କୁମାର ରାଉତ, ବରଗାଁ ମଣ୍ଡଳ ସଂଗଠନ ସଂପାଦକ ଶ୍ରୀ ସରୋଜ କୁମାର ଭଞ୍ଜ, ମୁକୁନ୍ଦପୁର ପଲ୍ଲୀ ସଭାପତି ଶ୍ରୀ ସୁବାସ ସାମଲ, ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଜେନା ଓ ବରିଷ୍ଠ କର୍ମ କର୍ତ୍ତା ତୋଫାନ କୁମାର ସ୍ବାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ।

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *