ରାଛିପୁର ରେ ଗ୍ରହରାଜ ଶନିଶ୍ଚର ମହାଦେବଙ୍କ ୭୬ ତମ ବାର୍ଷିକ ଯଜ୍ଞ ଉତ୍ସବ
*ରାଛିପୁର ରେ ଗ୍ରହରାଜ ଶନିଶ୍ଚର ମହାଦେବଙ୍କ ୭୬ ତମ ବାର୍ଷିକ ଯଜ୍ଞ ଉତ୍ସବ* ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପୂରାତନ ଶନିଶ୍ଚର ପୀଠ ଭାବରେ ରାଛିପୁର ଗ୍ରାମ ବେଶ ଜଣାଶୁଣା l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୀଠ ବାର୍ଷିକ ଉତ୍ସବ ନିମନ୍ତେ ଚଳ ଚଞ୍ଚଳ ହୋଇ ଉଠିଥିଲା l ପ୍ରତିବର୍ଷ ଅକ୍ଷୟ ତୃତୀୟାର ପର ଶନିବାର ଗ୍ରହରାଜ ଶନିଶ୍ଚରଙ୍କ ଏହି ଯଜ୍ଞ ଉତ୍ସବ ହୋଇଥାଏ l ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଆସିଛି l

ଏହି ପୀଠରେ ଠାକୁରଙ୍କ ପଛପଟେ ଥିବା ଆମ୍ବଗଛରେ ଶ୍ରଦ୍ଧାଳୁ ମାନେ ଧାଡିରେ ଆସି ଜଳାଭିଷେକ କରିଥାନ୍ତି l ସେପଟେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଲକ୍ଷ କରି ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ପଣାପାଣି, ତରଭୁଜ, ପ୍ରାସାଦ ଆଦି ବଣ୍ଟନ କରି ଭକ୍ତ ମାନଙ୍କୁ ପ୍ରଭୁଙ୍କ ଦର୍ଶନ ନିମନ୍ତେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥାନ୍ତି l ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପ ବନ୍ଦବସ୍ତ କରାଯାଇଥିଲା l
ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
