ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ର ପରିବେଶ କ୍ଲବ ଆନୁକୁଲ୍ୟରେ ୭୬ ତମ ବନମହୋତ୍ସବ
ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ର ପରିବେଶ କ୍ଲବ ଆନୁକୁଲ୍ୟରେ ୭୬ ତମ ବନମହୋତ୍ସବ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ଜୁଲାଇ ମାସ ୭ ତାରିଖ ପୂର୍ବାହ୍ନ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପାଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଅଛି। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ପରିବେଶ କ୍ଲବ ର ତତ୍ତ୍ବାବଧାରକ ଅଭୟ ଚରଣ ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ପରିବେଶବିତ୍ ବିଜୟ କୁମାର ସାମନ୍ତ ଗଛ ଲତା ର ଔଷଧୀୟ ଗୁଣାବଳୀ ର ଆଲୋଚନା କରି ଚାରାରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ବୃକ୍ଷ ଲତା ମଣିଷ ସମାଜ ପାଇଁ ଏକାନ୍ତ ଦରକାରୀ ହୋଇଥିବାରୁ ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ମାଆ ଙ୍କ ପାଇଁ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହିତ ତାହାର ଦାୟିତ୍ଵ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ଷଡ଼ଙ୍ଗୀ ବନାଞ୍ଚଳ ପକ୍ଷରୁ ବନାୟନ ପ୍ରକଳ୍ପ ର ଦଳପତି ପ୍ରଭାତ କୁମାର ଖୁଣ୍ଟିଆ ଓ କର୍ମଚାରୀ ଜୟନ୍ତି ମୁର୍ମୁ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପରିବେଶ ରେ ବିଦ୍ୟାଳୟ ତରଫରୁ ଓ ଷଡ଼ଙ୍ଗୀ ବନାଞ୍ଚଳ ତରଫରୁ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅରୁଣ କୁମାର ଧାରୁଆ ଶିକ୍ଷୟିତ୍ରୀ ରଶ୍ମିବାଳା ସାମଲ , ପ୍ରାକ୍ତନ କାର୍ଯ୍ୟାଳୟ ସହାୟକ ଲଳିତ ମୋହନ ସାମନ୍ତ,ଓ ବିଦ୍ୟାଳୟ କାର୍ଯ୍ୟାଳୟ ସହାୟକ ସହଯୋଗ କରିଥିଲେ।
