ଆସିକା ବିଜ୍ଞାନ ମହାବିଦ୍ୟାଳୟର ୭୬ତମ ସାଧାରଣତନ୍ତ୍ର ଦିବସ।

ଦେଶ ଗଠନମୂଳକ କାର୍ଯ୍ୟରେ ଉତ୍ସର୍ଗୀକୃତ ହେବା ପାଇଁ ଯୁବ ପୀଢ଼ୀଙ୍କୁ ଆହ୍ବାନ – ଅଧ୍ୟକ୍ଷ l ଆସିକା ତା ୨୬/୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୭୬ତମ ସାଧାରଣତନ୍ତ୍ର ଦିବସ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ ରୋଭର୍ସ, ୟୁଥ୍ ରେଡକ୍ରସ୍, ଜାତୀୟ ସେବା ସଂସ୍ଥା, ବାଳିକା ଆତ୍ମସୁରକ୍ଷା ବାହିନୀର କ୍ୟାଡେଟ୍, ସ୍ବେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ଦ୍ବାରା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏନ.ସି.ସି. ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ସ୍କାଉଟ ରୋଭର୍ସ ଅଧିକାରୀ ସରୋଜ କୁମାର ପଣ୍ଡା, ଯୁବ ରେଡକ୍ରସ ଉପଦେଷ୍ଚା ରାଜେଶ୍ କୁମାର ସାହୁ ଏବଂ ଅଜିତ୍ କୁମାର ମୁନୀ, ଜାତୀୟ ଯୋଜନା ଅଧିକାରୀ ପବିତ୍ର ଧଙ୍ଗଡା ମାଝୀ, ଚ଼ନ୍ଦନ ମାରାଣ୍ଡି, ରେଶମା ପାତ୍ର, ବାଳିକା ଆତ୍ମ ସୁରକ୍ଷା ବାହିନୀର ଆବାହକ ମିନତୀ ବେହେରା,ଭାରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଚିତ୍ରସେନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାଧାରଣତନ୍ତ୍ର ଦିବସର ପ୍ୟାରେଡ୍ ତଥା ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇ ଯାଇଛି।

ଅଧ୍ୟକ୍ଷ ନିଜର ପ୍ରୌଢ଼ ଅଭିବାଦନ ବ୍ୟକ୍ତବ୍ୟରେ ଭାରତର ଅଭିବୃଦ୍ଧି, ଶ୍ରୀବୃଦ୍ଧି, ବୈଶ୍ବିକ ବାଣିଜ୍ୟ, ଉଦ୍ୟୋଗ କ୍ଷେତ୍ରରେ ବିକାଶର ଗାଥା ରଖିଥିଲେ। ନିଯୁକ୍ତି ପଛରେ ନ ପଡ଼ି ଉଦ୍ୟୋକ୍ତା ହେବା ପାଇଁ ଏବଂ ବିଶ୍ବ ଦରବାର ରେ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରୂପେ ଗଢ଼ି ତୋଳିବା ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଦେଶର ଗଠନମୂଳକ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀକୃତ ହେବା ପାଇଁ ଯୁବା ପୀଢ଼ୀଙ୍କୁ ଆହ୍ବାନ କରିଥିଲେ। ଭାରତକୁ ବିଶ୍ବ ଗଣତନ୍ତ୍ରର ଜନନୀ ରୂପେ ମଧ୍ୟ ସମ୍ବୋଧନ କରିଥିଲେ – ଅଧ୍ୟକ୍ଷ। ଉକ୍ତ ଅବସର ପାଇଁ ଆୟୋଜିତ ସାହିତ୍ୟିକ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଭବିଷ୍ୟତ ପ୍ରେରଣାର ଉତ୍ସ ସାଜିଥିଲେ ଅଧ୍ୟକ୍ଷ।

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *