ଟାଉନ ପଡିଆରେ ଉପଖଣ୍ଡସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ପାଳନ

ଆନନ୍ଦପୁର ସ୍ଥିତ ଟାଉନ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଫlଲଗୁନୀ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବାହ୍ଣ ଘ. ୮.୩୦ ମିନିଟ୍ ସମୟରେ ଟାଉନ ପଡ଼ିଆଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଆମର ସାମ୍ବିଧାନିକ ପିତାମହ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ଆମକୁ ଶିକ୍ଷା, ନ୍ୟାୟ, ଧର୍ମନିରପେକ୍ଷତା ଏବଂ ଲୋକତନ୍ତ୍ର ଯୋଗାଇଛି ବୋଲି ମୁଖ୍ୟ ଅତିଥି ମତ ବ୍ୟକ୍ତ କରିଥିଲେ I ଭାରତୀୟ ସମ୍ବିଧାନର ମୂଳ ଦର୍ଶନ ହେଉଛି ନ୍ୟାୟ, ସ୍ଵାଧିନତା, ସମତା ଏବଂ ଭ୍ରାତୃତ୍ଵ I ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହ ଦେଶ ତଥା ରାଜ୍ୟର ପ୍ରଗତି ଓ ଉନ୍ନତି ପ୍ରତି ସମସ୍ତେ ଅଙ୍ଗୀକାରବଦ୍ଧ ହେବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ I ସତ୍ୟ ଓ ଅହିଂସାକୁ ପାଥେୟ କରି ଯେଉଁ ମହାମନିଷୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ବଳିଦାନ, ତ୍ୟାଗ, ସଂଗ୍ରାମ ଓ ସାଧନା ସମ୍ପର୍କରେ ସେ ସ୍ମୃତିଚାରଣ କରିଥିଲେ I ଏହି ଅବସରରେ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କହିଥିଲେ l ଆଜିର ଦିନ ହେଉଛି ଆମ ପାଇଁ ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ I ପ୍ରାତଃ ଘ. ୪:୩୦ ମିନିଟ୍ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମ୍‌ଧୂନ୍ ପ୍ରଚାର କରାଯାଇଥିଲା । ପ୍ରାତଃ ୬ଟା ସମୟରେ ବିଭିନ୍ନ ସ୍କୁଲ୍‌ରେ ପ୍ରଭାତଫେରି କରାଯିବା ସହ ୭ଟା ସମୟରେ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା । ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଏନ୍‌ସିସି ଡିଭିଜନ୍‌, ସିନିୟର୍ ସିଭିଲିଆନ୍ ଓ ଜୁନିୟର୍ ସିଭିଲିଆନ୍ ବର୍ଗରେ ଉତ୍ତମ ପ୍ରଦର୍ଶନ କରିଥିବା ଦଳମାନଙ୍କୁ ଚୟନ କରାଯାଇ ପ୍ରତ୍ୟେକ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ୟାରେଡ ଦଳ ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ ଦଳଗତ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେମାନେ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ ପ୍ୟାରେଡ୍ ଗ୍ରାଉଣ୍ଡରେ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି ପ୍ୟାରେଡ ରେ ସିନିଅର ଏବଂ ଜୁନିଅର ବିଭାଗରେ ଆନନ୍ଦପୁର ଶିଶୁ ମନ୍ଦିର ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ lଏହି ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଫlଲଗୁନୀ ମାଝୀ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ବେହେରା , , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ,ଆନନ୍ଦପୁର ତହସିଲ୍‌ଦାର୍,ଆନନ୍ଦପୁର ଆଇ ଆଇ ସି ଲକ୍ଷ୍ମୀକାନ୍ତ ପ୍ରଧାନ, ସୋ ସୋ ଆଇ ଆଇ ସି ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱାଧୀନତା ସଂଗ୍ରାମୀ, ନିମନ୍ତ୍ରିତ ଅତିଥି, ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ସ୍କୁଲ୍ ଓ କଲେଜ୍‌ର ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *