ଆଇଆଇଟି ଭୁବନେଶ୍ୱର ର ୭୬ତମ ଗଣତନ୍ତ୍ର ଦିବସ ପାଳିତ

ଜଟଣୀ, ୨୮/୦୧/ ୨୦୨୫: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୭୬ତମ ଗଣତନ୍ତ୍ର ଦିବସକୁ ଦେଶଭକ୍ତିର ଉତ୍ସାହ ସହିତ ପାଳନ କରି ଦେଶର ଜାତୀୟ ଥିମ୍: ‘ସ୍ୱର୍ଣ୍ଣିମ ଭରତ: ବିରାସତ୍ ଔର ବିକାଶ’ ସହିତ ଯୋଗ ଦେଇଛି। ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ସମ୍ବୋଧନରେ ସେ କହିଛନ୍ତି: “ଆଧୁନିକ ବିକାଶ ବନାମ ହେରିଟେଜ୍ ସଂରକ୍ଷଣ ଏକ ବିତର୍କର ବିଷୟ ହୋଇଛି। କାର୍ଯ୍ୟ ହେଉଛି ଉଭୟର ଗୁରୁତ୍ୱକୁ ବୁଝିବା ଏବଂ ଉଭୟକୁ ସାଥିରେ ନେଇ ଆଗକୁ ବଢିବା। ଏକ ସର୍ବସାଧାରଣ ଇତିହାସ ଏବଂ ସଂସ୍କୃତିର ସ୍ୱୀକୃତି ବିନା ଅନ୍ତର୍ଭୂକ୍ତିକରଣ ଏବଂ ସ୍ଥାୟୀ ବିକାଶ ଅସମ୍ଭବ । ଆଇଆଇଟି ଭୁବନେଶ୍ୱରରେ ଆମର ପ୍ରୟାସ ଚଳିତ ବର୍ଷର ଗଣତନ୍ତ୍ର ଦିବସ ଥିମ୍ ସହିତ ସମାନ, ଯେହେତୁ ଆମେ ବିକାଶ ଭାରତ@୨୦୪୭ ଉଦ୍ଦେଶ୍ୟ ସାଧନ ଦିଗରେ କାର୍ଯ୍ୟ କରୁଛୁ । ଗୋଟିଏ ପଟେ ଆମେ ଶିକ୍ଷା, ଗବେଷଣା, ଉଦ୍ୟୋଗୀତା ଏବଂ ସାମାଜିକ ସମସ୍ୟାର ସମାଧାନ କ୍ଷେତ୍ରରେ ଆମର ଶକ୍ତି ଯୋଗାଉଛୁ । ଅନ୍ୟ ପଟେ, ଆମେ ଆମର ଛାତ୍ରମାନଙ୍କୁ ପାଠ୍ୟକ୍ରମ କିମ୍ବା ମଡ୍ୟୁଲ୍ ମାଧ୍ୟମରେ ଭାରତୀୟ ଜ୍ଞାନ ପ୍ରଣାଳୀ ସହିତ ପରିଚିତ କରାଉଛୁ ଏବଂ ବର୍ତ୍ତମାନର ଆବଶ୍ୟକତା ପାଇଁ ସେମାନଙ୍କର ପ୍ରାସଙ୍ଗିକତା ପ୍ରତିଷ୍ଠା ପାଇଁ ଅନୁସନ୍ଧାନ କରୁଛୁ। ”ଏହି ଉତ୍ସବରେ ସୁରକ୍ଷା ୟୁନିଟ୍, ନ୍ୟାସନାଲ କ୍ୟାଡେଟ୍ କର୍ପସ୍ (ଏନସିସି) ଓ ଇଣ୍ଟର-ଆଇଆଇଟି ଛାତ୍ରଛାତ୍ରୀ କ୍ରୀଡ଼ା ଦଳ ଦ୍ୱାରା ମାର୍ଚ୍ଚ-ପାଷ୍ଟ ଏବଂ ପ୍ରତିଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ଉତ୍ସାହଜନକ ପ୍ରଦର୍ଶନ କରାଯାଇଥିଲା। ଆଇଆଇଟି ଭୁବନେଶ୍ୱରର ବୋର୍ଡ ଅଫ ଗଭର୍ନରସର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର), ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଡିନ୍ (ଆଲୁମିନି ବ୍ୟାପାର ଏବଂ ଆନ୍ତର୍ଜାତୀୟ ସମ୍ପର୍କ), ଶ୍ରୀ ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର୍, ଡକ୍ଟର ଶ୍ରୀନିବାସ ରାମାନୁଜାମ କନ୍ନନ୍, ପ୍ରଫେସର ଇନ୍-ଚାର୍ଜ, ଅତିରିକ୍ତ ଏକାଡେ l

Leave a Reply

Your email address will not be published. Required fields are marked *