୭୭ ତମ୍ ସାଧାରଣତନ୍ତ୍ର ଦିବସ୍ ଲାଗି ପହେଲା ସଜ୍ ବାଜ୍ ବୈଠକ

ମୁରିବାହାଲ, ୦୫/୦୧/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ୭୭ ତମ୍ ସାଧାରଣତନ୍ତ୍ର ଦିବସ୍ ପାଲନ୍ ଲାଗି ଆଜି ବ୍ଲକ୍ ର ସଭାଘରେ ସଜ୍ ବାଜ୍ ର ପହେଲା ବୈଠକ କରାଯାଇଥିଲା । ବି.ଏସ.ଏସ.ଓ ରୀଙ୍କୁ ମେହେରଙ୍କର୍ ସଂଯୋଜନା ଆଉ ବ୍ଲକ୍ ଉନ୍ନୟନ ଅଧିକାରୀ ବାସନ୍ତି ସେଠିଙ୍କର୍ ସଭାପତିତ୍ବନେ ସଭା କେ ମୂଲ୍ କରାଯାଇଥିଲା । ଗଲା ବଛର୍ କାଣା କାଣା ଭୁଲ୍ ହେଇଥିଲା ଆଉ ଇ ବଛର୍ ସେନ୍ତା କାଣା କିଛି ବି ଭୁଲ୍ ନାଇହେବା ଆଉ ଇ ବଛର୍ କାଣା ନୂଆ କରାଯିବା ତାର୍ ଉପରେ ସବେ ଆଲୋଚନା କରବାର୍ ସାଙ୍ଗେ ସାଙ୍ଗେ ଇ ଥର ବହୁତ୍ ହିଁ ଧୁମ୍ ଧାମ୍ ନେ ପାଳନ୍ କରାଯିବା ବଲି ସବେ ନିଜର୍ ନିଜର୍ କଥା ରଖିଥିଲେ । ୨୬ ଜାନୁଆରୀ ଦିନ, ପ୍ରତିଯୋଗିତା ମାନକୁ କୃତିତ୍ୱ ହାସଲ୍ କରିଥିବାର୍ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରବାର୍ ସାଙ୍ଗେ ସାଙ୍ଗେ ଅନେକ୍ ପ୍ରତିଭା ମାନଙ୍କୁ ସମ୍ମାନିତ୍ ଆଉ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର୍ ନିଷ୍ପତ୍ତି ନିଆଯାଇଥିଲା ।

ସଭାନେ ବ୍ଲକ୍ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ବି.ଏସ.ଏସ.ଓ ରୀଙ୍କୁ ମେହେର, ବି.ପି.ଏମ ଗୋପାଳକୃଷ୍ଣ ଦୀପ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, ଏକାଉଣ୍ଟ୍ ଅଫିସର ଘେନୁରାମ ତାଣ୍ଡି, ସି.ଡ଼ି.ପି.ଓ ପୂର୍ଣ୍ଣିମା ବୈଠାରୁ, ପୁଲିସ ସବ୍ ଇନ୍ସପେକ୍ଟର ପଙ୍କଜିନି ବାଗ, ଫରେଷ୍ଟର ସତ୍ୟମ୍ ମହାନ୍ତି, କନିଷ୍ଠ କୃଷି ଅଧିକାରୀ ଅବିନାଶ ପାଣିଗ୍ରାହୀ, ଏ.ବି.ଇ.ଓ କାନ୍ତାରାମ ଧାରୁଆଙ୍କର୍ ସାଙ୍ଗେ ସାଙ୍ଗେ ଶଭାନେ ବିଭାଗୀୟ ଅଧିକାରୀ, ସାମ୍ବାଦିକ ଆଉ ସମାଜସେବୀ ମାନେ ବି ଉପସ୍ଥିତ ରହିଥିଲେ । ସେଶକେ ବି.ପି.ଏମ ଗୋପାଳକୃଷ୍ଣ ଦୀପ ସମକୁ ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *