୭୭ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଆନନ୍ଦପୁର* ଷ୍ଟାଡିୟମ ପଡିଆରେ ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି, ସକାଳ ସାତ ଘଟିକା ସମୟରେ ଉପଖଣ୍ଡର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ରୁ ଛାତ୍ର, ଛାତ୍ରୀ ମାନେ ଉପଖଣ୍ଡ ଷ୍ଟାଡିଅମ ପଡିଆରେ ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କ ଆଗମନକୁ ଅପେକ୍ଷା କରିଥିଲେ l ୮. ୩୦ ମିନିଟିରେ ମୁଖ୍ୟଅତିଥି ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳ ମାଧବ ସୁନା ଓ ଉପଖଣ୍ଡ ପୋଲିସ ଆରକ୍ଷୀ ଜାତୀୟ ପତାକା ଉତ୍ତୋଳନ କରିଥଲେ l ମୁଖ୍ୟ ଅତିଥି ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ବିଦ୍ୟାଳୟର ଦଳମାନଙ୍କର ପ୍ୟାରେଡ ଅନୁଧ୍ୟାନ କରି ଥିଲେ l ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ, ବକ୍ତୃତା, ସଂଗୀତ, ଜଣାଅଜଣା ରେ ଅଂଶ ଗ୍ରହଣ କାରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି, ଏଥି ସହିତ ବିଦ୍ୟାଳୟ ସ୍ତରରେ ବଛାବାଚ୍ଛ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଚୟନ ହୋଇଥିବା ଦଳ ମନେ ପଡିଆ ମଧ୍ୟ ଭାଗରେ ସେମାନଙ୍କର ଦେଶାତ୍ମକ ସଂଗୀତରେ ନୃତ୍ୟ ପଦର୍ଶନ କରିଥିଲେ l

Leave a Reply

Your email address will not be published. Required fields are marked *