ସିପିଏମ ଜିଲ୍ଲା ଅଫିସରେ ୭୯ ତମ ସ୍ୱାଧୀନତା ଦିବସ ପାଳନ।

ବ୍ରହ୍ମପୁର – ୭୯ ତମ ସ୍ୱାଧୀନତା ଦିବସ ଅବସରରେ ସିପିଏମ ଜିଲ୍ଲା ଅଫିସରେ ପତାକା ଉତ୍ତୋଳନ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ପାର୍ଟିର ବରିଷ୍ଠ ନେତା ଅଳିକିଶୋର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ସାଥୀ ଅଳି କିଶୋର ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଉଲ୍ଲେଖ କରି ଜାତି, ଧର୍ମ, ନିର୍ବିଶେଷରେ ଲୋକଙ୍କ ଏକତା ଓ ଭାଇଚାରା ଏବଂ ଦେଶ ପ୍ରେମ ଭାବନାହିଁ ସ୍ୱାଧୀନତା ଆନ୍ଦୋଳନର ସଫଳତାର ମୂଳ ମନ୍ତ୍ର ଥିଲା ବୋଲି ଅଲ୍ଳେଖ କରିଥିଲେ।କଷ୍ଟ ଲବ୍ଧ ସ୍ୱାଧୀନତା, ସମ୍ବିଧାନ, ଭାଇଚାରାର ସୁରକ୍ଷା ପାଇଁ ସେ ଆହ୍ୱାନ ଦେଇଥିଲେ।ଶ୍ରମିକ ନେତା ପ୍ରତାପ ଚୌଧୁରୀ ଜାତୀୟ ସଙ୍ଗୀତ ଓ ଜାତୀୟ ପତାକାର ଐତିହ୍ୟ ଓ ମହାନତା ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ଯୁଧିଷ୍ଠିର ବେହେରା ସଭାପତିତ୍ୱ କରିଥିଲେ।ଶିବପ୍ରସାଦ ମହାପାତ୍ର, ବାବୁଲା ନାୟକ, ଗୋକୁଳ ତ୍ରିପାଠୀ, ରାଜା ରାଓ ,ହରି ନାହାକ,ମଧୁ ବେହେରା, ସୁବୋଧ ସାହୁ, ନୃସିଂହ ବ୍ରହ୍ମା, ଚନ୍ଦ୍ର ଶେଖର ନାୟକ ପ୍ରମୁଖ ବିଭିନ୍ନ ସଂଗଠନର ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ।ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମର ବୀର ଶହୀଦ ଓ ପୁଲବାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *