ପୂଜ୍ୟ ପୂଜା ସମିତି ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳନ

ବ୍ରହ୍ମପୁର, ତା.୧୫.୮.୨୦୨୫ରିଖ ସମାଜବାଦୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଦେଶର ୭୯ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ସହରରେ ଥିବା ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ସମିତି ପକ୍ଷରୁ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରାଯାଇଛି l ଦେଶ ସ୍ବାଧିନତା ଦିବସ ପାଳନ ଅବସରରେ ବ୍ରହ୍ମପୁର ନେତାଜୀ ଛକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଗାନ୍ଧୀନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ମହାମନିଷୀ ମାନଙ୍କ ସ୍ମୃତି ଚlରଣ କରାଯାଇଥିଲା l ଏଥିରେ ସମାଜସେବୀ ହୃଷିକେଶ ପାତ୍ର, ବିଜୟ କୁମାର ପାଢ଼ୀ, ଅଶୋକ କୁମାର ଦଳାଇ, ଅବନୀ ଗୟା, ସମିତି ସଂପାଦକ ଏସ. ସାମ୍ବଶିବା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *