ରଘୁନାଥପୁର ବିଭିନ୍ନ ସ୍ଥାନ ରେ ୭୯ତମ ସ୍ବାଧୀନତା ଦିବସ ଅନୁଷ୍ଠିତ

ରଘୁନାଥପୁର ବିଭିନ୍ନ ସ୍ଥାନ ରେ ୭୯ତମ ସ୍ବାଧୀନତା ଦିବସ ଅନୁଷ୍ଠିତ।
ରଘୁନାଥପୁର,୧୬/୮/୨୦୨୫:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ରେଏକ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ।ଶିଶୁମାନଙ୍କ ଦ୍ୱାରା ହସ୍ତକଳା,ନୃତ୍ଯ ଓ ପିରାମିଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ସେହିପରି ରଘୁନାଥପୁର ପଞ୍ଚାୟତ ସମିତିରେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା,ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ,ବିଡିଓ ବିରଞ୍ଚିନାରାୟଣ ବେହେରା ଉପସ୍ଥିତ ଥିଲେ।ରଘୁନାଥପୁର ଗ୍ରାମ ନ୍ୟାୟାଳୟ, ତହସିଲ,ସବରେଜିଷ୍ଟର,ଥାନା,ଶିଶୁବିକାଶ,ଡାକ୍ତର ଖାନା,ସ୍କୁଲ, କଲେଜ,ବିଓ କାର୍ଯ୍ୟାଳୟ,ବିଭିନ୍ନ ସରକାରୀ,ବେସରକାରୀ, ବ୍ୟବସାୟ ପ୍ରତିଷ୍ଠାନରେ ସ୍ବାଧିନତା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଏହା ଛଡା ରଘୁନାଥପୁର ବିଷୁବ ସଂସଦ ପକ୍ଷରୁ ବରିଷ୍ଠ ଶିଶୁ ବିସେଜ୍ଞ ଡାକ୍ତର ରାଜକିଶୋର ବରାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *