୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଣିଆ – ଗଣିଆ ବ୍ଳକ ସଭା ଗୃହରେ ୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡ଼ିଓ ସାଗର କୁମାର ନନ୍ଦ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ,ମହାବିଦ୍ୟାଳୟ, ସ୍ବେଛାସେବୀ ସଂଗଠନର,ଗଣିଆ ଥାନା କର୍ମଚାରୀ, ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ, ଦମକଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଭୋର ୫ ଟାରେ ପ୍ରତ୍ୟେକ ଗ୍ରାମରେ ରାମଧୁନ ଗାନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅନୁଷ୍ଠାନ ଗୁଡିକରେ ୭ଟା ୧୫ରେ ଗାନ୍ଧୀ ପୀଠରେ ୭ ଘଟିକା ୩୦ ମିନିଟ ଏବଂ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜେନେରାଲ ପତାକା ଉତ୍ତୋଳନ ୮ଟା ୧୫ରେ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଜେନେରାଲ ପତାକା ଉତ୍ତୋଳନ କରିବାକୁ ସ୍ଥିର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ୧୧ ତାରିଖରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । ବ୍ଳକ ଶିକ୍ଷା ବିଭାଗ ପ୍ରତିଯୋଗିତାର ସମସ୍ତ ଦାୟିତ୍ବ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଥିଲା । କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ପୁରସ୍କାର ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସମସ୍ତ ବିଭାଗୀୟ ଅଧିକାରୀ, ମହାବିଦ୍ୟାଳୟ ତଥା ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବିଡ଼ିଓ ନିବେଦନ କରିଥିଲେ । ଗଣିଆ ବଜାର ଗାନ୍ଧୀ ପୀଠର ଉନ୍ନତିକରଣ କରିବାକୁ ମଞ୍ଜୁର ଥିବା ଅର୍ଥ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଡ଼ିଓ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *