ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଲିଙ୍ଗରାଜ କଳା ନିକେତନ

ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଲିଙ୍ଗରାଜ କଳା ନିକେତନ, ପୁରୀର କଳାକାରମାନେ ଗୁରୁ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଶକ୍ତି ସ୍ୱରୂପା, ଶ୍ରୀଜଗନ୍ନାଥାଷ୍ଟକମ୍ ଅଭିନୟ, ସମ୍ୱଲପୁରୀ, ଆଦିବାସୀ କୁଇ ନୃତ୍ୟ ପରିବେଷଣ କରିଥିଲେ। ସିପ୍ରା ମିଶ୍ର, ମମତା ଭୋଇ, ଅର୍ଚ୍ଚନା ସାହୁ, ସୁପ୍ରିୟା ପଲେଇ, ଭାଗ୍ୟଲଖ୍ମୀ ଜେନା, ଶୁଭ ସ୍ମିତା ବଳ, କାଳୁଚରଣ ବରାଳ, ବଳରାମ ସେଠୀ, ଏଥିରେ ଭାଗ ନେଇଥିଲେ। କଳା ନିକେତନର ସଂପାଦକ ପୁସ୍ତକ ମେଳା କମିଟି ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମର୍ଦ୍ଦଳ ଗୁରୁ ଜଗନ୍ନାଥ ମିଶ୍ର ସଂପାଦକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *