୮ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କୋଣାର୍କ – ନିମାପଡ଼ା ଅବକାରୀ ରେଞ୍ଜ ଅଧିକାରୀ ଶ୍ରୀ ପ୍ରବାକର ସେଠୀଙ୍କ ନେତୃତ୍ୱରେ ନିମାପଡ଼ା ଏବଂ କୋଣାର୍କ ଅବକାରୀ କର୍ମଚାରୀ ମିଳିତ ଭାବେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଛକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ। ଅକ୍ଷୟ ବେହେରା ନାମକ ଜଣେ ଅଭିଯୁକ୍ତଙ୍କ ଠାରୁ ୮ କିଲୋଗ୍ରାମ ନାର୍କୋଟିକ୍ ଗଞ୍ଜେଇ ସହିତ ଗିରଫ କରାଯାଇଥିଲା। ପରେ ନିମାପଡ଼ା ରେଞ୍ଜର ପି.ଆର. ନଂ-୬୨/୨୫-୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତକୁ ଜେଲ୍ ପଠାଇ ଦିଆଯାଇଥିବା ସୁଚନା ମିଳିଛି। ଏହି ଚଢାଉ ସମୟରେ କର୍ମଚାରୀ ଏସ କେ ୱାରିସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *