ପିଏମ୍ ଶ୍ରୀ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟର ୮୦ ତମ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଯାଜପୁର ରୋଡର ସର୍ବ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ ଭାବରେ ସର୍ବୋପରି ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟକୁ ବିବେଚନା କରାଯାଏ l ଏହି ବିଦ୍ୟାଳୟରେ ପ୍ରତିବର୍ଷ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବାର ସୁଯୋଗ ପ୍ରଦାନ କରିଥାଏ l କାରଣ ପୂର୍ବତନ କାଳରୁ ଅଦ୍ୟାବଧି ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପିଲା ମାନଙ୍କ ପ୍ରତି ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସଠିକ୍ ଭାବରେ ନିର୍ବାହ କରିଥାଆନ୍ତି l ଉତ୍ତମ ବିଦ୍ୟାଳୟ ପରିଚାଳନା ପାଇଁ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ମଧ୍ୟ ପାଇ ପାରିଛି l ତେବେ ଗତ କାଲି ସନ୍ଧ୍ୟାରେ ଏହି ବିଦ୍ୟାଳୟ ତାର ୮୦ ତମ୍ ବାର୍ଷିକ ଉତ୍ସବ ପାଳନ କରିଛି l ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିଧାୟକ ଆକାଶ ଦାସ ନାୟକ, କୋରାଇ ବ୍ଲକ୍ ଶିକ୍ଷା ଅଧିକାରୀ , ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ , ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅଭିଭାବକ ମାନେ ଉପସ୍ଥିତରହି କୁନି କୁନି ପିଲାମାନଙ୍କ ସଙ୍ଗୀତ ନୃତ୍ୟ, ନାଟକ, ବକ୍ତୃତା ଆଦି ପ୍ରତିଭାର ଭରପୁର ମନୋରଞ୍ଜନ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
