ଦି ପୁରୀ ଅର୍ବାନ କୋ:ଅପରେଟିଭ ବ୍ୟାଙ୍କ ଲିଃ, ର ୮୦ତମ ବାର୍ଷିକ ଅଧିବେଶନ।

ଆଜି ତା.୧୩.୦୯.୨୦୨୫ରିଖ ଶନିବାର ଅପରାହ୍ନ ଘ.୪ଣ୍ଟା ସମୟରେ ଦି ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିଃର ୮୦ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ବଶ୍ରୀଯୁକ୍ତ ଗୁଣଧର ଦାସ ମହାପାତ୍ର ଙ୍କ ଅଧକ୍ଷତାରେ ପରିଷଦର ସଦସ୍ୟ ସଦସ୍ୟା ବୃନ୍ଦ ଓ କର୍ମୟରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଥିଲା ।ବ୍ୟାଙ୍କର ସଭାପତି ମହୋଦୟ ସଭାରେ ଯୋଗ ଦେଇଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କୁ ବ୍ୟାଙ୍କ ବିଷୟରେ ଏକ ସଂକ୍ଷୀପ୍ତ ବିବରଣୀ ପ୍ରଦାନ କରିବାକୁ ଯାଇ କହିଥିଲେ ଯେ ଆଜକୁ ୮୦ ବର୍ଷ ପୂର୍ବେ ଅର୍ଥାତ ୧୯୪୫ ମସିହାରେ ମାତ୍ର ୩୦୦୦ଟଙ୍କା ମୂଳଧନରେ ପୁରୀ ସହରର ମାତ୍ର୪୦ଜଣ ସମବାୟବିତ ଙ୍କୁ ନେଇ ସେ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ଓକିଲ ସ୍ୱର୍ଗତ ଆର୍ତ୍ତବନ୍ଧୁ ଦାଶଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇ ହୋଇଥିଲା । ପ୍ରତିଷ୍ଠା ହେବା ଦିନଠାରୁ ସମାଜର ଗରିବ ଓ ନିସପେସିତ ମାନଙ୍କ ଆର୍ଥୀକ ଉନ୍ନତି ନିମନ୍ତେ ସଂକଳ୍ପ କରିଥିଲେ ଓ ଏହି ସଂକଳ୍ପ ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ଓ ରହିବ ମଧ୍ୟ I ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ବ୍ୟାଙ୍କରେ ସଭ୍ୟ, ସଭ୍ୟା, ଜମାକରୀ ମାନଙ୍କ ସାହାଯ୍ୟ ଓ ସହଯୋଗ ଦ୍ବାରା ଏହି ବ୍ୟାଙ୍କ ରାଜ୍ୟରେ ଏକ ପ୍ରତିଷ୍ଠିତ ଅର୍ବାନ ବ୍ୟାଙ୍କ ଭାବରେ ସ୍ୱୀକୃତ ହୋଇଅଛି । ବର୍ତ୍ତମାନ ଏହାର ଅଂଶଧନ ଟ.୨୨୧, ୯୨,୭୮୮=୦ କାର୍ଯ୍ୟକାରୀ ମୂଳଧନ ଟ୧୩୯,୬୪, ୮.୪୨୨,୭୭ ଜମାପରିମାଣ ଟ.୧୦୫,୭୭ ଜମା ପରିମାଣ ଟ୧୦୫,୭୭,୭୭,୩୮୨=୭୪ ସମୁଦାୟ ରୁଣ ପରିମାଣ ଟ.୫୨,୦୪,୩୫,୫୨୦,୫୨ ଓ ସଭ୍ୟସଂଖ୍ୟା ୪୪୧୫୧ ଅଟେ । ବ୍ୟାଙ୍କ ବର୍ତ୍ତମାନ ଲାଭରେ ଚାଲୁଅଛି ଓ ଅଂଶୀଦାର ମାନଙ୍କୁ ୭ (ସାତ)ପ୍ରତିଶତ ଲାଭାଂଶ ପ୍ରଦାନ କରାଯାଉଅଛି।ପ୍ରଭୁଙ୍କ କରୁଣ କରୁଣା ଓ ସଭ୍ୟସଭ୍ୟା ମାନଙ୍କ ସହ‌ଯୋଗ ଅବ୍ୟାହତ ରହିଲେ ବ୍ୟାଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବପର ହେବ।

Leave a Reply

Your email address will not be published. Required fields are marked *