୮୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ରାୟଗଡା-୧୬/୪-ରାୟଗଡା ଜିଲ୍ଲା ପରିଷଦର ୮୦ତମ ବୈଠକ ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ, ମାନ୍ୟବର ବିଧାୟକ, ରାୟଗଡ,ଶ୍ରୀ କାଡ୍ରାକା ଆପାଲା ସ୍ୱାମୀ, ଵିଷମ କଟକ ବିଧାୟକ, ଶ୍ରୀ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ, ରାୟଗଡ ଶ୍ରୀମତୀ ପାରୁଲ ପାଟlୱରୀ ,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମାନ୍ୟବର କୋରାପୁଟ ସଂlସଦଙ୍କ ପ୍ରତିନିଧି, ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ପିଏ ଆଇଟିଡ଼ିଏ ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ସକ୍ରୀୟ ଭାବରେ ଆଲୋଚନା କରିବାକୁ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ଆୱାନ କରିଥିଲେ l ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରାଯଇଥିଲା l ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ମାଝୀ କାଶୀପୁର ବ୍ଲକର ଗୋରଖପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡାକ୍ତର ନିୟୋଜିତ କରିବାକୁ ଜିଲ୍ଲାମୁଖ୍ୟ ଚିକତ୍ସା ଅଧିକାରୀଙ୍କୁ କହିଥିଲେ l ମୁନିଗୁଡା ବ୍ଲକର ରଘୁବାରୀ ଡ଼ିମିକିରକୁଦା ପାଇଁ ଆମ୍ବୁଲାନ୍ସ ଯାଉନଥିବାରୁ ସେହି ଅଂଚଳ ପାଇଁ ବ୍ୟବସ୍ଥା କରିବାକୁ ଉପାଧ୍ୟକ୍ଷ ଶ୍ରୀ ସୁନା ଦାବି କରିଥିଲେ l ସେହିପରି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ କୌଣସି ଡାକ୍ତରଙ୍କୁ ଅନ୍ୟତ୍ର ନିୟୋଜିତ ନକରିବାକୁ ଜିଲ୍ଲାପରିଷଦ ସଭ୍ୟ ଅନୁରୋଧ କରିଥିଲେ l ସେହିପରି ଗୁଣୁପୁର ବ୍ଲକର ପୁଟାସିଂ ସ୍ୱlସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆବଶ୍ୟକ ଡାକ୍ତର ନଥିବାରୁ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ପାଢ଼ୀ ଅଧିକ ଡାକ୍ତର ପଦବୀ ଖାଲିଥିବା କଥା ବୈଠକରେ ପ୍ରକାଶ କରିଥିଲେ lଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ୪ ଶହ ୬୧ ଜଣ ଆବଶ୍ୟକରୁ କେବଳ ୧ଶହ ୪୯ କାର୍ଯ୍ୟରତ ଥିବା ସିଡିଏମଓ ପ୍ରକାଶ କରିଥିଲେ । ୩୧୨ ଜଣ ଡାକ୍ତର ଜିଲ୍ଲା ପାଇଁ ଆବଶ୍ୟକ ରହିଛି । ଏହି ଜିଲ୍ଲାର ପ୍ରସୂତୀ ମାଆମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଯୋଗାଇବା ନିମନ୍ତେ, ମା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସିଡିଏମଓ ପ୍ରକାଶ କରିଥିଲେ l ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପଦକ୍ଷେପ ନେଵାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ lଗ୍ରାମ୍ୟ ନିର୍ମାଣ ବିଭାଗ ଉପରେ ଆଲୋଚନା କରିଥିଲେ ଓ ଜିଲ୍ଲାରେ ଗ୍ରାମ୍ୟ ଯୋଗାଯୋଗର ଅଗ୍ରଗତି ଉପରେ ନିର୍ବାହୀଯନ୍ତ୍ରୀ ରାୟଗଡ଼ ଓ ଗୁଣୁପୁର ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ବିଜୁସେତୁ ଯୋଜନାରେ ୩୫୭୯କୋଟି ଟଙ୍କାରେ ୪ଟି ସେତୁ ନିର୍ମାଣ ସରିଯାଇଛି ଓ ୧୪ଟି ସେତୁ ନିର୍ମାଣ କାର୍ଯ୍ୟ ଚାଲୁଅଛି l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୮ଗୋଟିରୁ ୧୦ଟି ସମ୍ପୂର୍ଣ ହୋଇଛି ୮ଟି ସେତୁ କାର୍ଯ୍ୟ ଚାଲୁଅଛି l ଦୁର୍ଗମ ଅଂଚଳରେ ସଂଯୋଗ ହୋଇନଥିବା ସହିତ ଯୋଗାଯୋଗ ଯୋଜନାରେ ୭ଟିରୁ ୩ଟି ସମ୍ପୂର୍ଣ ହୋଇଥିବା ବେଳେ ୪ଟିର କାର୍ଯ୍ୟ ଚାଲୁରହିଛି lସେହିପରି ଜିଲ୍ଲା ମଙ୍ଗଳ ବିଭାଗ ଉପରେ ଆଲୋଚନା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନୁପସ୍ଥିତ ରହି ଜଣେ ଅଧସ୍ତନ କର୍ମଚାରୀଙ୍କୁ ପଠାଇଥିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ସଦସ୍ୟ ମନେ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ l ସେହିପରି ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଶ୍ରମ ବିଭାଗ,ଗ୍ରାମ୍ୟଜଳଯୋଗାଣ ଓ ଗ୍ରାମ୍ୟ ଗୃହ ନିର୍ମାଣ ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମlନେ ଉପସ୍ଥିତ ଥିଲେ l l
