ବି. କେ. ବିଦ୍ୟାପୀଠ, ବାଙ୍କୀର ୮୪ ବ୍ୟାଚ୍ ବନ୍ଧୁମିଳନ
========================= ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ, ବାଙ୍କୀର ୧୯୮୪ ମସିହା ମେଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ ତା. ୧୫. ୧୨. ୨୪ ରବିବାର ଦିନ ଶିମିଳିପୁର ସ୍ଥିତ ଫାର୍ମ ହାଉସ୍ ଉଦ୍ୟାନରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୬୦ ଜଣ ବନ୍ଧୁ ଉପସ୍ଥିତ ହୋଇଥିଲେ। ବ୍ୟକ୍ତିଗତ ଅସୁବିଧା ହେତୁ ଅନେକ ବନ୍ଧୁ ଉପସ୍ଥିତ ହୋଇ ପାରି ନଥିଲେ। ସେମାନଙ୍କ ଅନୁପସ୍ଥିତି ଗଭୀର ଭାବେ ଅନୁଭୂତ ହେଲା। ଆଗକୁ ଯେମିତି ଅଧିକରୁ ଅଧିକ ବନ୍ଧୁ ଯୋଗ ଦେବେ ସେଥିପାଇଁ ଆଲୋଚନା କରାଗଲା। ତା’ ଛଡା ସମସ୍ତେ ଦିନସାରା ଏକ କୋଳାହଳମୟ ପରିବେଶରେ ସ୍କୁଲ ଜୀବନର ସ୍ମୃତିକୁ ରୋମନ୍ଥନ କରିଥିଲେ । ସତେ ଯେମିତି ଯୁବସୁଲଭ ଚପଳତା ଆଉ ଥରେ ଫେରି ଆସିଲା ପରି ସମସ୍ତେ ଅନୁଭବ କରିଥିଲେ। ଆନନ୍ଦ ଉତ୍ସବ ମଧ୍ୟରେ କିପରି ଦିନଟି ବିତିଗଲା ଜଣା ପଡ଼ିଲାନି। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଭିତରେ ସମସ୍ତେ ହଜି ଯାଇଥିଲେ । ଶେଷରେ ପରସ୍ପର ଠାରୁ ବିଦାୟ ନେଇ ନିଜ ଗନ୍ତବ୍ୟ ଅଭିମୁଖେ ଅଗ୍ରସର ହୋଇଥିଲେ। ଉତ୍ସବର ଆୟୋଜନରେ ରବି,ସଚ୍ଚି, ଦାଶରଥି, ବଣ୍ଟୁ, କିଶୋର, ଲିଟୁ, କଣ୍ଡୁରୀ ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
