୮୪ତମ ଏରସମା ବିପ୍ଳବ ଦିବସ ପାଳିତ

୮୪ତମ ଏରସମା ବିପ୍ଳବ ଦିବସ ପାଳିତ

ଏରସମା: ଇଂରେଜ ସରକାର ଭାରତରେ ଆଧିପତ୍ୟ ବିସ୍ଥାର କରିଥିବା ବେଳେ ସାରା ଭାରତରେ ବିପ୍ଳବର ନିଆଁ ଜାଗି ଉଠିଥିଲା। ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ତାର ପ୍ରଭାବ ପଡିଥିଲା। ଗାଁର ଚାଷି ମୁଲିଆ ସାଧାରଣ ଲୋକ ବିନା ଗୁଳି ବନ୍ଧୁକରେ ଇଂରେଜ ସିପାହୀଙ୍କୁ ତଡିଥିଲେ। ୧୯୪୨ ସେପ୍ଟେମ୍ବର ୬ ତାରିଖରେ ଦିବା ଲୋକରେ ଇଂରେଜ ପରିଚାଲିତ ଥାନାକୁ ପୋଡି ଦେଇଥିଲେ। ସହ ସହ ନିରୀହ ଲୋକ ଇଂରେଜ ଦ୍ୱାରା ବନ୍ଦୀ ହୋଇ ନିର୍ଯ୍ୟାତନାର ଶିକାର ହୋଇଥିଲେ। ଏହାପରେ ଭାରତ ସ୍ବାଧୀନତା ଲାଭ କରିଥିଲା। ୧୯୪୨ ସେପ୍ଟେମ୍ବର ୬ ତାରିଖ ଏରସମା ପାଇଁ କ୍ରାନ୍ତି ଦିବସ ବା ବିପ୍ଳବ ଦିବସ ଅଟେ। ଆଇନାର ସମ୍ପାଦକ କ୍ଷେତ୍ରବାସୀ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ନରେନ୍ଦ୍ର କୁମାର ସ୍ୱାଇଁ , ଅରୂପାନନ୍ଦ ସ୍ୱାଇଁ,ଅମ୍ବିକା ପ୍ରସାଦ ମହାନ୍ତି, ଅକ୍ଷୟ କୁମାର ବେହେରା, ପ୍ରଶାନ୍ତ କୁମାର ସେଠୀ,ସରୋଜ ବେହେରା, ବୈଦ୍ୟନାଥ ସାହୁ,ମଥୁରୀ ସେଠୀ,ଅରୁଣ କୁମାର ବେହେରା,ପ୍ରବୀର ପଣ୍ଡା, ଜ୍ଞ୍ୟାନରଞ୍ଜନ ଦାସ, ମଦନ ମୋହନ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ। ଶେଷରେ ନରେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *