ସାରସ୍ୱତ ସାଧକ,ବିଶିଷ୍ଟ ସାହିତ୍ୟିକ ଭାଗିରଥି ପାତ୍ରଙ୍କ 87ତମ ଜୟନ୍ତୀ ସମାରହ ପାଳିତ ।

ନବରଙ୍ଗପୁର ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ନବରଙ୍ଗପୁର ଠାରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଭାଗିରଥି ସ୍ମୃତି ସଂସଦ, ନବରଙ୍ଗପୁର ସହଯୋଗରେ ସାରସ୍ୱତ ସାଧକ ତଥା ବିଶିଷ୍ଟ ସାହିତ୍ୟିକ ଭାଗିରଥି ପାତ୍ରଙ୍କ 87ତମ ଜୟନ୍ତୀ ସମାରହ ମହାଆଡମ୍ବରେ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜିଲ୍ଲା ଏବଂ ଦୌରା ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଶ୍ରୀ ବିଜୟ ଚୌଦରୀ, ବରେଣ୍ୟ ଅତିଥି ଭାବରେ ଶ୍ରୀମତୀ ସୁପ୍ରିୟା ନାୟକ, ଶ୍ରୀ ଶିବ ପ୍ରସାଦ ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବରେ ଡ଼ଃ ବିଜୟ କୁମାର ମିଶ୍ର ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଶ୍ରୀ ନାରାୟଣ ପଣ୍ଡା ସଭାପତିତ୍ୱ କରିଥିଲେ । ବିଶିଷ୍ଟ କବି ଓ ଗବେଷକ ବିଷମ କଟକ, ରାୟଗଡା ଶ୍ରୀ ଶ୍ରିରଙ୍ଗ ନାୟକଙ୍ ଏବଂ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କୁ ଭାଗିରଥି ପାତ୍ର ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାଗିରଥି ସ୍ମୃତି ସଂସଦର ସମ୍ପାଦକ ତଥା ଭାଗିରଥି ପାତ୍ରଙ୍କ ପୁତ୍ର ଶ୍ରୀ ରାମ ପ୍ରସାଦ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଶ୍ରୀମତୀ ସୁନନ୍ଦିନୀ ତ୍ରିପାଠୀ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ଭାଗିରଥି ସ୍ମୃତି ସଂସଦର ସଦସ୍ୟ ଶ୍ଶ୍ରୀ ଅଖିଳ ଭଟ୍ଟ, ଶ୍ରୀମତୀ ଧରିତ୍ରୀ ପଣ୍ଡା, ସିଦ୍ଧିଶ୍ରୀ ପଣ୍ଡା, ମିନାକ୍ଷୀ ପାଢ଼ୀ, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, କିଶୋରୀ ପଟ୍ଟନାୟକ, ସ୍ଵର୍ଣଲତା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟଙ୍କ ବିଶେଷ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ ସଫଳ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ମୁନା ତ୍ରିପାଠୀ, ମନୋଜ ପଟ୍ଟନାୟକ, ଶ୍ରୀ ଆଶୁତୋଷ ପାତ୍ର, ଶ୍ରୀଧର ଶତପଥୀ, ଦୁର୍ଗା ପ୍ରଧାନୀ, ହୃଷିକେଶ ଦାସ ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ରହିଥିଲେ। ନବରଙ୍ଗପୁର କିନ୍ନର ସଂଘର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *