ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ସ୍ଥାନୀୟ ପୁନଙ୍ଗ ସ୍ଥିତ ପୋଲିସ ବ୍ୟାରେକ ପଡ଼ିଆ ଠାରେ ଆୟୋଜିତ ପ୍ରତିଷ୍ଠା ଦିବସରେ ଉତ୍ସବ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ପଣ୍ଡା ଯୋଗଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ଏହି ଉତ୍ସବରେ ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀ, ଏସ୍ଡିପିଓ, ଆଇଆଇସି ଓ ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସଫଳ ପୋଲିସ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *