ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟାରେ ରେଣୁକା କଳା ପ୍ରତିଷ୍ଠାନ
ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟାରେ ରେଣୁକା କଳା ପ୍ରତିଷ୍ଠାନର କଣ୍ଠଶିଳ୍ପୀ ମାନେ ଗୁରୁ ଶକ୍ତିପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ବରିଷ୍ଠ କଣ୍ଠଶିଳ୍ପୀ ସର୍ବାଣୀ ଦାସଙ୍କ ରସାଳ ଭକ୍ତିପୂତ ପରିଚାଳନାରେ ଏବଂ ଗୁରୁ ପ୍ରଭାକର ଦାଶ ଏବଂ ସୋମନାଥଙ୍କ ସହଯୋଗରେ ଗୁରୁ ଶକ୍ତିପ୍ରସାଦ ନାୟକ, ପ୍ରଜ୍ଞା ପାରମିତା ମିଶ୍ର, ଶ୍ରେୟା ସଲୋନୀ ମହାପାତ୍ର, ଲିପ୍ସାମୟୀ ରଥ, ମେଗ୍ନା ମହାନ୍ତି, ସୈ।ମ୍ୟା ବେବର୍ତ୍ତା, ସତ୍ୟପ୍ରବୀର ତ୍ରିପାଠୀ, ରୂପଶ୍ରୀ ଦାସମହାପାତ୍ର ଏବଂ ସର୍ବାଣୀ ଦାସ।
