ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ
ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ଓ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ସମାରୋହ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ବରିଷ୍ଟ ଡାକ୍ଟର ମିନ କେତନ ମହାନ୍ତି , ଜିଲ୍ଲା ସମାଜ ମଙ୍ଗଳ ଅଧୂକାରୀ ରୂପାଲି ପାତ୍ର, ଅତିରିକ୍ତ ମଙ୍ଗଳ ଅଧିକାରୀ ଉର୍ମିଳା ଗୋଚ୍ଛାୟତ, ପ୍ରୋଗ୍ରାମ ଅଧିକାରୀ ଚନ୍ଦ୍ରା ସାହୁ, ବିଭାଗୀୟ ସଂଯୋଜକ ଶିରାଜ୍ ଆଖତର ପ୍ରମୁଖ ଯୋଗ ଦେଇ ଉତ୍ତମ ଖାଦ୍ୟ ସୁସ୍ଥ ଜୀବନ, ସୁରକ୍ଷିତ ଭବିଷ୍ୟତ, ମା ଓ ଶିଶୁର ଯନ୍ତ୍ର , ଆତ୍ମ ନିର୍ଭର ତା ବୃଦ୍ଧି, ଭୋ କା ଲ ଫର ଲୋକାଲ ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଜିଲ୍ଲାର ବିଭିନ୍ନ ବ୍ଲକ ର ମହିଳା ମାନେ ହାତ ତିଆରି କରିଥିବା ଖାଦ୍ୟ ପ୍ରଦର୍ଶନୀ ସ୍ଥାନ ପାଇଥିଲା ।ଏଥିରେ ଜିଲ୍ଲାର ସି ଡି ପି ଓ, ଅଙ୍ଗନ ବାଡ଼ି, ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
