ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ୯ ଗୋରୁ ଉଦ୍ଧାର
ତୁମୁସିଙ୍ଗା ଥାନା ଢେଙ୍କାନାଳ -କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତା ର କମଗରା ଠାରେ ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ l ୯ ଗୋରୁ ଉଦ୍ଧାର l ସୂଚନା ଅନୁସାରେ ଆଜି ସକାଳୁ ଢେଙ୍କାନାଳ ଆଡୁ ଏକ ପିକଅପ ଭ୍ୟାନ ରେ ଗୋରୁବୋଝେଇ ହୋଇ କାମାକ୍ଷାନଗର ଅଞ୍ଚଳ କୁ ଆସୁଥିବା ନେଇ ବଜରଙ୍ଗ ଦଳ ର ସଦସ୍ୟ ମାନେ ଜାଣିବାକୁ ପାଇଥିଲେ l ପରେ ସେମାନେ ଗୋରୁ ବୋଝେଇ ପିକଅପ ଭ୍ୟାନ କୁ ପିଛା କରିବାରୁ ଡ୍ରାଇଭର ଅଧିକ ବେଗ ରେ ଗାଡି ଚଳାଇବାରୁ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଟି କମଗରା ନିକଟରେ ରାସ୍ତା କଡ଼ ରେ ଥିବା ଏକ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା l ତେବେ ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକ ଓ ବଜରଙ୍ଗ ଦଳ ର ସଦସ୍ୟ ମାନେ ୯ ଟି ଗୋରୁ ଙ୍କୁ ପିକଅପ ରୁ ଉଦ୍ଧାର କରିଥିବା ବେଳେ ପୋଲିସ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଜାରି ରଖିଛି l
