ଜାତୀୟ ଆଇନ ସେବା ପ୍ରାଧିକରଣ,ନୂଆଦିଲ୍ଲୀ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ମିଳିତ ପ୍ରଚେଷ୍ଟାରେ ଦେଶବ୍ୟାପି ୯୦ ଦିନର ମଧ୍ୟସ୍ଥତା କାର୍ଯ୍ୟକ୍ରମ ।
ଫୁଲବାଣୀ ତା ୧୬/୦୭/୨୦୨୫ ଜାତୀୟ ଆଇନସେବା ପ୍ରାଧିକରଣ , ନୂଆଦିଲ୍ଲୀ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟିର ମିଳିତ ପ୍ରଚେଷ୍ଟାରେ ଦେଶବ୍ୟାପି ୯୦ ଦିନର ମଧ୍ୟସ୍ଥତା କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଉପରୋକ୍ତ କାର୍ଯ୍ୟକ୍ରମକୁ ଆମ ଓଡ଼ିଶା ରାଜ୍ୟରେ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ତତ୍ବାବଧାନରେ କନ୍ଧମାଳ ଜିଲ୍ଲାର ସମସ୍ତ କୋର୍ଟ ତଥା ସମସ୍ତ ତାଲୁକ ସ୍ତରୀୟ କୋର୍ଟ ପରିସର ରେ ମଧ୍ୟସ୍ଥତା କାର୍ଯ୍ୟକ୍ରମ ଚାଲୁରହିବ l ଉକ୍ତ ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରାଧୀନ ଥିବା ସମସ୍ତ ବୈବାହିକ ସମ୍ବନ୍ଧୀୟ ମାମଲା,ଗାଡ଼ିମୋଟର ଦୁର୍ଘଟଣା ଜନିତ ମାମଲା, ଘରୋଇ ହିଂସା, ଚେକ୍ ବାଉନ୍ସ, ବାଣିଜ୍ୟିକ ବିବାଦ ମାମଲା, ନିଯୁକ୍ତି ବା ଚାକିରୀ ସମ୍ବନ୍ଧୀୟ ମାମଲା, ସାଲିସ୍ ଯୋଗ୍ୟ ଫୌଜଦାରୀ ମାମଲା, ଖାଉଟି ସୁରକ୍ଷା, ରଣ ଅନାଦେୟ, ଜମିବାଡ଼ି ଭାଗବଣ୍ଟା ଓ ଉଚ୍ଛେଦ / ବେଦଖଲ ମାମଲା, ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଦେୱାନି ମାମଲା ଗୁଡ଼ିକ ମଧ୍ୟସ୍ତତା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ଆଇନ ସେବା ପ୍ରାଧୀକରଣ କନ୍ଧମାଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ମଧ୍ୟସ୍ଥତା ମାଧ୍ୟମରେ ସମସ୍ତ ବିଚାରାଧୀନ ମାମଲାର ସମାଧାନ କରିବା ଏବଂ ଜନ ସାଧାରଣ ମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ସହିତ ସମୟ ଏବଂ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା କରିବା । ଯଦି ଅଧିକ କିଛି ଜାଣିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ, ଫୁଲବାଣୀ ଫୋନ ନଂ – ୦୬୮୪୨- ୨୫୪୦୩୧, ୨୫୩୦୩୪ ଯୋଗାଯୋଗ କରିବା ପାଇଁ କହିଚନ୍ତି l କିମ୍ବା dlsa-phulbani@od.gov.in ଜରିଆରେ ମଧ୍ଯ ଯୋଗାଯୋଗ କରାଯାଇ ପାରିବ l
