ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୧୮ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ୯ଶହ କୋଟି
*ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସି ବ୍ୟାସନଗର ସହର ସ୍ଥିତ ଚାନ୍ଦମା ପଡିଆ ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିଛନ୍ତି। ରାଜ୍ୟର ୧୮ ଲକ୍ଷ ମହିଳା ହିତାଧିକାରୀଙ୍କ ଜମାଖାତାକୁ ୯ଶହ କୋଟି ଟଙ୍କା ଯାଇଛି। ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ତାଙ୍କ ସରକାର ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି ବୋଲି କହିବ ସହ ରାଜ୍ୟ ସରକାରଙ୍କ ଏହି ସହାୟତା ଅନେକ ମହିଳାଙ୍କୁ ସ୍ଵ।ବଲମ୍ବୀ କରିବା ବୋଲି କହିଥିଲେ। ରାଜ୍ୟର ମହିଳା ମାନଙ୍କୁ କଥା ଦେଇ କଥା ରଖିଲେ ଆମ ସରକାର। ଚତୁର୍ଥ ପାଳିରେ ଆଜି ଯାଜପୁର ଜିଲ୍ଲାର ୭୯ ହଜାର ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଅବସରରେ ଆୟୋଜିତ ଭବ୍ୟ ସମାବେଶରେ ଉପମୂଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ସମବାୟ, ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ, ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ, ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ମହିଳା ଓ ଶିଶୁ ବିଭାଗର ସଚିବ ଶୂଭା ଶର୍ମା, ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟାସ ସରୋବର ପ୍ରକଳ୍ପ ସହ ବ୍ୟାସଦେବ ଟାଉନ ହଲ ର ଶୁଭ ଉଦ୍ଘାଟନ କରିଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
