୯ଶହ ଲିଟର ଦେଶୀ ମଦ ବୋଝେଇ ସ୍କର୍ପିଓ ଜବତ ସହ ୨ ମଦ ମାଫିଆ ଗିରଫ।

କାମାକ୍ଷାନଗର୦୪.୦୨.୨୦୨୫ଆଙ୍କର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଟିମର ମିଳିତ ଚଢ଼ାଉରେ ୪ ଜଣ ଚୋରା ଦେଶୀ ମଦ ମାଫିଆ ଗିରଫ ହୋଇଛନ୍ତି। ଏଥିସହିତ ଗୋଟିଏ ସ୍କର୍ପିଓ, ୨ଟି ମୋବାଇଲ, ୧୮ ଗୋଟି ବ୍ୟାରେଲରେ ଥିବା ଦେଶୀ ମଦ ଯାହା ପ୍ରାୟ ୯ ଶହ ଲିଟର ହେବ ବୋଲି ଅବକାରୀ ସୂତ୍ରରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମର ମଣ୍ଟୁ ସାହୁ ଓ ବଳରାମ ସାହୁ। ତେବେ ଅନ୍ୟ ଜଣେ ଅଭିଯୁକ୍ତ ସରୋଜ ସାହୁ ଫେରାର ହୋଇଯାଇଥିବା ଜଣାପଡିଛି।

ସମସ୍ତେ ଏକ ସ୍କର୍ପିଓରେ ପରଜଙ୍ଗ ଅଂଚଳରୁ ଚୋରା ଦେଶୀ ମଦ ନେଇ ଭୁବନ ଅଂଚଳକୁ ଯାଉଥିଲେ। ବିଶେଷ ସୁତ୍ରରୁ ଖବରପାଇ, ଯାହାକୁ ଧରିବା ପାଇଁ ବାଇସିଙ୍ଗା ଗ୍ରାମ ନିକଟରେ ଛପି ରହିଥିଲା ଅବକାରୀ ଟିମ। ଏବଂ ସେମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲେ। ସେହିପରି ତୁମୁସିଙ୍ଗା ଥାନା ଅଂଚଳର ବନିତା ନାୟକ ଓ ବିରଞ୍ଚି ନାରାୟଣ ବେହେରାକୁ ଅବକାରୀ ଟିମ ଦେଶୀ ମଦ ବେପାର କରୁଥିବା ବେଳେ କାବୁ କରି କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୁକ୍ତଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l

Leave a Reply

Your email address will not be published. Required fields are marked *