ରାଜ୍ୟ ର ପ୍ରଥମ ଅଧିବକ୍ତା ତଥା ବାରିଷ୍ଟର ମଧୁସୂଦନ ଦାସଙ୍କ 90ତମ ଶ୍ରାଦ୍ଧ ବାର୍ଷିକୀ
ରାଜ୍ୟ ର ପ୍ରଥମ ଅଧିବକ୍ତା ତଥା ବାରିଷ୍ଟର ମଧୁସୂଦନ ଦାସଙ୍କ 90ତମ ଶ୍ରାଦ୍ଧ ବାର୍ଷିକୀ ରେ ରାଜ୍ୟ ଆଇନଜୀବି ପରିଷଦର (କଟକ)କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ନ୍ୟାୟାଧିସ ମାନ୍ୟବର ଶସିକାନ୍ତ ମିଶ୍ର ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ 170ଜଣଙ୍କୁ ନୂତନ ଭାବେ ଅଧିବକ୍ତା ବା ଓକିଲ(ଲାଇସେନ୍ସ) ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମ ରେ ଆଇନଜୀବି ପରିଷଦର ଅଧ୍ୟକ୍ଷ ମାନ୍ୟବର ସୀତଂ।ସୁ ଦ୍ୱିବେଦୀ, ଉପାଧ୍ୟକ୍ଷ ମାନ୍ୟବର ରାଜୀବ କୁମାର ମହାନ୍ତି, ବରିଷ୍ଠ(OSBC) ସଦସ୍ୟ ସୌରଚନ୍ଦ୍ର ମହାପାତ୍ର, ମାନ୍ୟବର ସଦସ୍ୟ ବିଭୁପ୍ରସାଦ ତ୍ରିପାଠୀ, ସଞ୍ଜିତ ପାଣିଗ୍ରାହୀ, ନୃସିଂହ ନାୟକ, ବିଭୁପ୍ରସାଦ ଦାସ, ଏଲ. ଏନ. ପଟେଲ ଓ ତପନ କୁମାର ବିଶ୍ବାଳ ଉପସ୍ଥିତ ଥିଲେ
