ବ୍ୟାସ ସରୋବର ପୀଠର ସର୍ବାଙ୍ଗୀନ ବିକାଶ ଦାବି କଲା ୯୦ ଗ୍ରାଜୁଏସନ ବ୍ୟାଚ
ବ୍ୟାସ ସରୋବର ପୀଠର ସର୍ବାଙ୍ଗୀନ ବିକାଶ ଦାବି କଲା ୯୦ ଗ୍ରାଜୁଏସନ ବ୍ୟାଚବ୍ୟାସନଗର : ଯାଜପୁର ଜିଲାର ଅନ୍ୟତମ ପୌରାଣିକ ପୀଠ ବ୍ୟାସ ସରୋବର ପୀଠର ସର୍ବାଙ୍ଗୀନ ବିକାଶ ଦାବି କରିଛନ୍ତି ବ୍ୟାସନଗର ମହା ବିଦ୍ୟାଳୟର ୧୯୯୦ ମସିହାରେ ଗ୍ରାଜୁଏସନ ବ୍ୟାଚ। କାହିଁ କେଉଁ ଅନାଦି କାଳରୁ ମହାଭାରତର ସ୍ମୃତି ବହନ କରୁଥିବା ଏହି ପୀଠକୁ ସରକାରୀ ଭାବେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରାଯାଇ ଏହାର ବିକାଶ କରାଯାଇଛି। ଏଠାକାର ସୁନ୍ଦର ପରିବେଶରେ ବଣଭୋଜି କରିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଆସୁଥିବାବେଳେ ଏଠାରେ ପିଇବା ପାଣି, ସ୍ୱଚ୍ଛ ପରିବେଶ ସାଙ୍ଗକୁ ପରିମଳ ବ୍ୟବସ୍ଥା ସୁବ୍ୟବସ୍ଥିତ କରାଗଲେ ଏହାର ମାହାତ୍ମ୍ୟ ଆହୁରି ସୁଦୂର ପ୍ରସାରି ହୋଇ ପାରନ୍ତାବୋଲି ରବିବାର ଏଠାରେ ଏକତ୍ରିତ ହୋଇଥିବା ୯୦ ବ୍ୟାଚର ବନ୍ଧୁମାନେ ମତପୋଷଣ କରିଛନ୍ତି। ଏଠାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଅତିରିକ୍ତ ଏସପି ଅତନୁ କୁମାର ରାଉତ ଉଦଘାଟନ କରିଥିଲେ। ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ତଥା କ୍ୟାନ୍ସର ବିଭାଗୀୟ ମୁଖ୍ୟ ଡାକ୍ତର ଦିଲ୍ଲୀପ କୁମାର ପରିଡା କାର୍ଯ୍ୟକ୍ରମରେ ଯୋଗଦେଇ କ୍ୟାନ୍ସର ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ଦୀର୍ଘ ୩୫ ବର୍ଷ ପରେ ସହପାଠୀମାନେ ଏକାଠି ହୋଇ ଛାତ୍ର ଜୀବନର ପୁରୁଣା ସ୍ମୃତିକୁ ସାଉଁଟିଥିଲେ। ସମାଜସେବୀ ଇଂ. ତପନ କୁମାର ସାହୁ, ସାମ୍ବାଦିକ ଡ଼. ଚିନ୍ତାମଣି ପାଢ଼ୀ, ଦେବାନନ୍ଦ ମାଝୀ, ଜଗନ୍ନାଥ ସାମଲ, ଲିଜାରାଣୀ ପରିଡା, ମିତାଞ୍ଜଳି ପତି, ସସ୍ମିତା ଆଚାର୍ଯ୍ୟ, ଅଜୟ କୁମାର ମହାକୁଡ଼, ସେଲି ଦାସ, କଲ୍ୟାଣୀ ପରିଡା, ଦେବସ୍ମିତା ଦେଓ, ବିଚିତ୍ର କୁମାର ବଳ, ବିଜୟ କୁମାର ଜେନା, ଶୁଭେନ୍ଦୁ ଚକ୍ର,ବିଶ୍ୱଜିତ ପଟ୍ଟନାୟକ, ଶରତ ସାମଲ, ବିଶ୍ୱରଂଜନ ଜେନା, କ୍ଷେତ୍ରବାସୀ ଘଡ଼ାଇ, ବିଏସକେ ସାମଲ, ପ୍ରଶାନ୍ତ ରାୟ, ଗୋପାଳ ସାମଲ, ରମାକାନ୍ତ ଶାନ୍ତି, ବୈଲୋଚନ ମଲ୍ଲିକ, ରମାକାନ୍ତ ଶାନ୍ତି, ଅଶୋକ କୁମାର ଆଇଚ, ସୁଶାନ୍ତ ସାହୁ, ଅମୁଲ୍ୟ କୁମାର ପ୍ରଧାନ, ଦେବଦତ୍ତ ପାତ୍ର, ସୁରେନ୍ଦ୍ର ରାଉତରାୟ, ମାନସ ରଞ୍ଜନ ପୁହାଣ, ସଦାନନ୍ଦ ମିଶ୍ର, କୈଳାଶ ନାୟକ, ସେକ ଅଜିଜ ବକ୍ସ, ବିକାଶ ସ୍ୱାଇଁ, ଅମୁଲ୍ୟ ସାହୁ, ପ୍ରସନ୍ନ ସିଂ ସାମନ୍ତ, ପ୍ରଦୀପ କୁମାର ରାଉତ, ନିରଞ୍ଜନ ପଣ୍ଡାଙ୍କ ସମେତ ଶତାଧିକ ବ୍ୟାଚମେଟ ଯୋଗଦେଇ ଏହି ପୀଠରେ ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ ଥିଲେ।
