ଶହୀଦ ଭଗତସିଂଙ୍କ 94 ତମ ବଳିଦାନ ଦିବସ
ଆଜି ସହିଦ ଭଗତ ସିଂ ଙ୍କ ୯୪ ତମ ବଳିଦାନ ଦିବସ। ଶହୀଦ ଭଗତ ସିଂ ର ଆବାହନ ଆମ ପ୍ରିୟ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଙ୍କ ନିର୍ଦ୍ଦେଶନ କ୍ରମେ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା। ଭଗତ ସେନା ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ୧୦ ଘଟିକା ସମୟ ରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା । ଚରମ୍ପା ସ୍ଥିତ ଅଗ୍ର ସେନ ଭବନ ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା ଭଗତ ସେନା ର ଆବାହନ ଶିତାଶୁ ଶେଖର ମହାପାତ୍ର, ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା। ୩୦୦ ରୁ ଉର୍ଦ୍ଧ ରକ୍ତ ଦାତା ରକ୍ତ ପ୍ରଦାନ କରିଥିଲେ। ସଭାରେ ରେ ଆୟୋଜିତ ମଞ୍ଚ ରେ ଜିଲ୍ଲା ର ଏସପି ମଡକର ସନ୍ଦିପ ସମ୍ପଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଶହିଦ ଭଗତ ସେନା ର ବରିଷ୍ଠ କାର୍ଯ୍ୟକର୍ତ୍ତା ହେମନ୍ତ ମହାପାତ୍ର ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
