୯୮ତମ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ବିପୁଳ ଉତ୍ସାହ

ଉଦଳା ୧୧/୧୧- ପ୍ରଖ୍ୟାତ କବି ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଛାତ୍ର ବତ୍ସଳ ଅଧ୍ୟାପକ ଚିନ୍ତାମଣି ବେହେରାଙ୍କ ୯୮ତମ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସ୍ଥାନୀୟ ଏନ୍.ଏ.ସି.ସନ୍ଧାନ ଗୃହ, ଉଦଳାରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ରବିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ସଭାକୁ ବରିଷ୍ଠ ସାରସ୍ଵତ ସାଧକ ପଣ୍ଡିତ ଲକ୍ଷ୍ମୀଧର ପୁଥାଳ ଉଦଘାଟନ କରିଥିଲେ । ଚଳିତ ବର୍ଷ ଫକୀର ମୋହନ ସାହିତ୍ୟ ସଂସଦର ସମ୍ପାଦକ, ସାରସ୍ଵତ ସାଧକ ଅଧ୍ୟାପକ ଡ଼ଃ ରନ୍ତାକର ସିଂହଙ୍କୁ “ଚିନ୍ତାମଣି ବେହେରା ସ୍ମୃତି ସମ୍ମାନ-୨୦୨୪” ପ୍ରଦାନ କରାଯାଇଥିଲା ଏଥିରେ ଉଦଳାର ନଗରପାଳିକା ତଥା ଲୋକପ୍ରିୟ କବୟିତ୍ରୀ ଶ୍ରୀମତୀ ପ୍ରମିଳା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗୀୟ  ଆତ୍ମାର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀଯୁକ୍ତ ବେହେରାଙ୍କ ବହୁମୁଖୀ ପ୍ରତିଭା ସହିତ ବହୁଚର୍ଚ୍ଚିତ କାବ୍ୟ କବିତା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତାଭାବରେ ପ୍ରାଧ୍ୟାପକ ତଥା ବରିଷ୍ଠ ସାରସ୍ବତ ସାଧକ ଡଃ ଶ୍ୟାମସୁନ୍ଦର ପଣ୍ଡା ଯୋଗଦେଇ ଚିନ୍ତାମଣିଙ୍କ ବିଭିନ୍ନ ସାହିତ୍ୟ ସୃଷ୍ଟି ବିଷୟରେ ଆଲୋଚନା କରିଥିଲେ। ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମଞ୍ଜୁଲତା ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଧୁନିକ ସାହିତ୍ୟରେ ସମାଲୋଚନା ଓ ସମୀକ୍ଷା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ସମିବୃକ୍ଷ ସାହିତ୍ୟ ସଂସଦର ସଭାପତି ପ୍ରଫୁଲ୍ଲ ଖିଲାର, ବରିଷ୍ଠ କୃଷି ବୈଜ୍ଞାନିକ ପରେଶ୍ ଚନ୍ଦ୍ର ସାହୁ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ପୁସ୍ତକର ପାଠକୀୟ ଆଦର ଓ ସାହିତ୍ୟିକ ମୂଲ୍ୟବୋଧ ର ଅନେକ ଦୃଷ୍ଟାନ୍ତ ଦେଇଥିଲେ। ଏହି ସଭାରେ ଉପସ୍ଥିତ ଥିବା କବୟିତ୍ରୀ ପ୍ରମିଳା ଜେନା, ସାହିତ୍ୟିକ, ଆଇନଜୀବୀ ସତ୍ୟବ୍ରତ ମିଶ୍ର ଶ୍ରୀଯୁକ୍ତ ବେହେରାଙ୍କ ସ୍ମୃତି ଚାଳନ କରିଥିଲେ। କବୟିତ୍ରୀ ସୁଶ୍ରୀ ନମୀତା ରାଉତ ଏବଂ ଜାହ୍ନବୀ ପୁଟିଙ୍କ କବିତା ସଂଯୋଜନାରେ ସ୍ବରଚିତ କବିତା ପାଠ କରିଥିବା କବି ଓ କବୟିତ୍ରୀମାନେ ହେଲେ ପ୍ରଭାକର ସାହୁ,ତନୁଶ୍ରୀ ପ୍ରଧାନ, ସର୍ବେଶ୍ଵର ମହାପାତ୍ର, ଅବନ୍ତି ବେହେରା, ରୁକ୍ମିଣୀ ସାହୁ ପ୍ରମୁଖ। ଏହି ସଭାରେ ହୀମାଦ୍ରୀ ତନୟା ମଲ୍ଲିକ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ସର୍ବଶେଷରେ ମନୋରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାକୁ ପ୍ରଶାନ୍ତ ସ୍ମୃତି ପରିଷଦ ଆୟୋଜନ ଆବାହକ ଶ୍ରୀ ଶ୍ରୀକାନ୍ତ ବେହେରା, କରୁଣାକର ଦାସ ନୟନା ବେହେରା ସହଯୋଗ କରିଥିଲେ। ସହ ସମ୍ପାଦକ ଆଶୀଷ କୁମାର ମଲ୍ଲିକ ଉତ୍ସବର ଆଭିମୁଖ୍ୟ ଓ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *