ଭିକ୍ଷୁକ ଓ ମାନସିକ ବିକାର ଗ୍ରସ୍ତ ଉଦ୍ଧାର ଓ ଥଇଥାନ ସ୍ୱତନ୍ତ୍ର ଅଭିଯାନ

ଭିକ୍ଷୁକ ଓ ମାନସିକ ବିକାର ଗ୍ରସ୍ତ ଉଦ୍ଧାର ଓ ଥଇଥାନ ସ୍ୱତନ୍ତ୍ର ଅଭିଯାନ ପ୍ରଥମ ଦିନ ଉଦ୍ଧାର ହେଲେ ୨୧ଜଣ ପୁରୀ(୬/୭/୨୩) ଚଳିତ ବର୍ଷର ରଥଯାତ୍ରା ସମୟରେ ଆସି ପୁରୀ ସହରର ବିଭିନ୍ନ ଗଳି କନ୍ଦି,ଷ୍ଟେସନ,ବସଷ୍ଟାଣ୍ଡ ଓ ସମୁଦ୍ର କୂଳ ଇତ୍ୟାଦିରେ ଭିକ୍ଷୁକ ଓ ମାନସିକ ବିକାର ଗ୍ରସ୍ତ ଲୋକ ରହିଯାଇଛନ୍ତି। ଏମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ଦିନିଆ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି।ଗୁରୁବାର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲା ପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲା ପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।ପ୍ରଥମ ଦିନରେ ୨୧ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି ବୋଲି ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସୂଚନା ଦେଇଛନ୍ତି।ସେହି ପରି ରଥ ଯାତ୍ରା ଗହଳି ଦାଣ୍ଡ ରେ ଅଧିକ ରୋଜଗାର ଉଦ୍ଦେଶ୍ୟରେ କିଛି ଲୋକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଲି ଆସୁଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ପୁରୀ ସହର ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି ଏପରିକି ନିଜ ପରିବାରର ବୃଦ୍ଧ ଲୋକ ,ଭିନ୍ନକ୍ଷମ ଓ ମାନସିକ ବିକାର ଗ୍ରସ୍ତ ଲୋକଙ୍କୁ ଆଣି ଜାଣି ଶୁଣି ରଥ ଯାତ୍ରା ଗହଳି ଭିତରେ ନିଜ ଲୋକମାନେ ଛାଡି ଦେଇ ଯାଇଥାନ୍ତି।ତେଣୁ ଏହି ସବୁ ବିଷୟକୁ ଲକ୍ଷ୍ୟ ରଖି ଏଭଳି ସ୍ୱତନ୍ତ୍ର ଡ୍ରାଇଭ ର ଆୟୋଜନ କରାଯାଇଛି ବୋଲି ଏହି କାର୍ଯ୍ୟକ୍ରମର ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ଜଣାଇ ଛନ୍ତି।ସୂଚନା ଯୋଗ୍ୟ ଯେ ସହରର ଗଳି କନ୍ଦିରେ ଘୁରି ବୁଲୁଥିବା ଭିକାରୀ ଓ ମାନସିକ ବିକାର ଗ୍ରସ୍ତ ମାନଙ୍କ ସଂପର୍କରେ ସୂଚନା ଦେବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ୯୮୬୧୪୫୭୨୪୮ ଓ ୯୩୪୮୫୦୬୦୦୭ ଦୁଇଟି ନମ୍ବର ଜାରି କରାଯାଇଛି।ଏହି ନମ୍ୱର୍ ରେ କଲ୍ ଓ ହ୍ୱ।ଟ ସପ କରି ଉଦ୍ଧାର ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଯେ କେହି ସୂଚନା ଦେଇ ପାରିବେ ।ଏହି ସ୍ୱତନ୍ତ୍ର ଅଭିଯାନ ଗୁରୁବାର ଓ ଶୁକ୍ର ଵାର ଦୁଇଦିନ ଚାଲିବ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *