ଡେଲାଙ୍ଗ ବ୍ଲକ ରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧ ର ଫେରସ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଡେଲାଙ୍ଗ ବ୍ଲକ ରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧ ର ଫେରସ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।ଡେଲାଙ୍ଗ, ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧ ର ଫେରସ୍ତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗଡ଼ ମୋଟରୀ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସ୍ଥାନୀୟ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ,ୟୁକୋ ବ୍ୟାଙ୍କ ଶାଖା ପରିଚାଳଜ ଯୋଗେଶ ଚନ୍ଦ୍ର ପ୍ରଧାନ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ,ବିପିସି ମିଶନ ଶକ୍ତି ନନ୍ଦିତା ସ୍ୱାଇଁ , ବିପିଏମ୍ ଓଏଲମ ପ୍ରମୋଦିନୀ ବେହେରା , ବିପିସି (ଓଏଲଏମ ) ଅନଙ୍ଗସେନ ତାଡ,ବିଏଲଫ ସଭାପତି ବିଦୁଲତା ସ୍ୱାଇଁ, ସମ୍ପାଦିକା ପ୍ରତିମା ଦାସ ଯୋଗ ଦେଇଥିଲେ। ମିଶନ ଶକ୍ତି ଦ୍ଵାରା ବ୍ଲକ ର ସମସ୍ତ ସ୍ଵୟସହାୟକ୍ ଗୋଷ୍ଠୀ କିପରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସ୍ବାବଲମ୍ବୀ କରିପାରିବେ ଓ ଋଣ ନେଇ କିପରି ଋଣ ପରିଶୋଧ କରିବେ ତା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ମିଶନ ଶକ୍ତି କୁ ଅଧିକ ସଶକ୍ତିକରଣ ଓ କ୍ରିୟାଶୀଳ କରି ମହିଳା ମାନଙ୍କର ଦକ୍ଷତା ବୃଦ୍ଧି ସହ ଆର୍ଥିକ ଅଭିବୃଦ୍ଧି ସକାଶେ ପ୍ରତି ଗ୍ରୁପ କୁ ବିନା ସୁଧରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ପାଇବା ସହ ସୁଧ ରିହାତି ର ସୁଯୋଗ ନେବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଋଣ ନେବା ଓ ଋଣ ଆଦାୟ ବ୍ୟବସ୍ଥା ର ସୁଦୃଢ଼ୀକରଣ ପାଇଁ ପ୍ରତି ପଞ୍ଚାୟତ ରେ ବ୍ୟାଙ୍କ୍ ଶାଖା ଖୋଲିବାର ଏହି କର୍ଯ୍ୟକ୍ରମ ରେ ସୂଚନା ଦିଆଯାଇଥିଲା। ଏହା ଦ୍ବାରା ମିଶନ ଶକ୍ତି ଦ୍ଵାରା ମହିଳା ମାନେ ଛେଳି, କୁକୁଡ଼ା ମାଛ, ଫୁଲ ଚାଷ, ଆଚାର, ବଢ଼ି ପାମ୍ପଡ, ସିଲେଇ କେନ୍ଦ୍ର, ବିଉଟି ପାର୍ଲର ସହ ଧାନ ମଣ୍ଡି ଏପରି ଅନେକ କାରବାର କରି ନିଜର ଆର୍ଥିକ ଅଭିବୃଦ୍ଧି ସହ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ସାତଟି ପଞ୍ଚାୟତ ର ମହିଳା ସ୍ୱୟଂ ସହାୟକ ଗ୍ରୁପ ର ସଭାପତି ଓ ସମ୍ପାଦିକା ସହ ସଦସ୍ୟା ମାନେ ଉପସ୍ଥିତ ଥିଲେ।
