ଆସିକା ବିଜ୍ଞାନ କଲେଜରେ ବନ ମହୋତ୍ସବ ସପ୍ତାହ ପାଳନ।

ଆସିକା ବିଜ୍ଞାନ କଲେଜରେ ବନ ମହୋତ୍ସବ ସପ୍ତାହ ପାଳନ। ରଞ୍ଜନ କୁମାର ରାଉତ:-ତା ୬/୭ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ତଥା ଯୁବ ରେଡକ୍ରସ ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଦେବବ୍ରତ  ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂପାଦିତ ହୋଇଯାଇଛି। ଏହି ସାପ୍ତାହିକ କାର୍ଯ୍ୟକ୍ରମରେ କଲେଜ ପରିସର ମଧ୍ୟରେ ନିମ୍ବ ବୃକ୍ଷ ରୋପଣ କରାଯାଇଥିଲା। କଲେଜ ଅଧ୍ୟକ୍ଷ ନିମ୍ବ ବୃକ୍ଷର ଉପକାରିତା ଉପରେ ବିଶେଷ ଆଲୋକପାତ କରିଥିଲେ। ଆଜିର ସାଂପ୍ରତିକ ପରିସ୍ଥିତିରେ ସଂପୂର୍ଣ୍ଣ ମୌସୁମୀ ଆଗମନରେ ଅହେତୁକ ବିଳମ୍ବର କାରଣ ହେଉଛି ବୃକ୍ଷର ଅଭାବ ବୋଲି ମତ ପୋଷଣ କରିଥିଲେ। ପୃଥିବୀ ଉତ୍ତପ୍ତିକରଣରେ ବୃକ୍ଷର ଆବଶ୍ୟକତା, ଜୀବନ ଜୀବିକା ପାଇଁ ଜଙ୍ଗଲ ଏବଂ ବୃକ୍ଷର ଉପକାରିତା ବିଷୟରେ ବିସ୍ତୃତ ବର୍ଣ୍ଣନା କରି ଅଧ୍ୟକ୍ଷ ମହୋଦୟ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଉକ୍ତ ଅବସରରେ କଲେଜର ସମସ୍ତ ଅଧ୍ୟାପକ ଏବଂ ଯୁବ ରେଡକ୍ରସର ସ୍ବେଚ୍ଛାସେବୀ ଛାତ୍ରମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *