ରୋଟାରୀ କ୍ଳବ ତରଫରୁ ବୃକ୍ଷରୋପଣ

ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଙ୍କ ଅଧ୍ଯକ୍ଷତାରେ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପରିବେଶ ପ୍ରଦୂଷଣ କିପରି ରୋକିପାରିବା ସହିତ ବୃକ୍ଷ ରୋପଣ କାହିଁକି କରିବା ଓ କିପରି କରିବା ସେ ବିଷୟରେ ରୋଟାରୀ କ୍ଳବର ବରିଷ୍ଠ ସଦସ୍ଯା ବସିରନ୍ ବିବି ଓ ମିହିର ରଂଜନ ନାୟକ ଆଲୋଚନା କରିଥିଲା ବେଳେ କ୍ଳବର ପୂର୍ବତନ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ରୋଟାରୀ କ୍ଳବର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହାପରେ କ୍ଳବର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ବୃକ୍ଷ ରୋପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରିଆନ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ରଥ, ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। ପରିଶେଷରେ ରୋଟାରିଆନ ଅବିନାଶ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *