ଲଗାଣ ବର୍ଷାରେ ଗ୍ରାମରେ ପଶିଲା ପାହାଡ ପାଣି

ଲଗାଣ ବର୍ଷାରେ ଗ୍ରାମରେ ପଶିଲା ପାହାଡ ପାଣି। କଙ୍କଡାହାଡ-କେନ୍ଦୁଝର ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି ଜାତାୟତ ବାଧାପ୍ରାପ୍ତ।କାମାକ୍ଷାନଗର ଗତ ରାତିରୁ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି। ପାହାଡର ପାଣି ଗ୍ରାମରେ ପଶିବା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। କଙ୍କଡାହାଡ- କେନ୍ଦୁଝର ମୁଖ୍ୟରାସ୍ତାରେ ୨ ଫୁଟର ପାଣୀ। ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାହାଡାପାଳ ଗ୍ରାମରେ। ଗତ ରାତିଠାରୁ ଲଗାଣ ବର୍ଷା ଯୋଗୁ ଏକୁଲ ପାହାଡର ପଣି ଆସି, ପାହାଡର ପାଦଦେଶରେ ଥିବା ବାହାଡାପାଳ ଗ୍ରାମେରେ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ଗ୍ରାମ ରାସ୍ତାରେ ଦୁଇଫୁଟ ପାଣି ଆସିବା ସହ ଘର ଭାତରକୁ ପାଣି ପସିବାରେ ଲାଗିଲାଣି। ପାହାଡ ପାଣିରେ ଜଙ୍ଗଲି ସରିସୃପ ଭାସିଆସି ଘରେ ପଶିଆସିବାର ସମ୍ଭାବନା ଅଛ। ତେଣୁ ଲୋକମାନେ ଭୟଭୀତ ଅବସ୍ତାରେ ଅଛନ୍ତି। ଏପଟେ କଙ୍କଡାହାଡ- କେନ୍ଦୁଝର ମୁଖ୍ୟରାସ୍ତାରେ ଦୁଇଫୁଟରୁ ଉଦ୍ଧ ଉଚର ପାଣି ଚାଲୁଥିବା ଯୋଗୁ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି l

prakash Kumar Patra reporter

Leave a Reply

Your email address will not be published. Required fields are marked *