ସିପିଆଇ ନେତାଙ୍କ ମାତୃ ବିୟୋଗ
ସିପିଆଇ ନେତାଙ୍କ ମାତୃ ବିୟୋଗ କୋଣାର୍କ, ୨/୮ କୋଣାର୍କ ଥାନା ଅନ୍ତର୍ଗତ ଆମ୍ଵିଳିଗାଁର ସିପିଆଇ ନେତା ହରିହର ବାହିନୀପତିଙ୍କର ମାତା ମାଳତୀ ଵାହିନୀପତିଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁୁ ୮୧ଵର୍ଷ ବୟସ ହୋଇଥିଲା। ମାଳତୀ ଦେଵୀ ଜଣେ ଧର୍ମ ପରାୟଣା ମହିଳା ଥିଲେ। ଛାତିରେ ପାଣି ଜମିଵା ଯୋଗୁଁ ସେ ଅସୁସ୍ଥ ହୋଇ ଦୁଇମାସ ତଳୁ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ କନ୍ୟା ଅନ୍ନପୂର୍ଣ୍ଣା, ଶକୁନ୍ତଳା, ପୁତ୍ରବଧୂ ବିଷ୍ଣୁ , ନାତି ଗୋପାଳଙ୍କ ସମେତ ପରିଵାରଵର୍ଗ ଉପସ୍ଥିତ ଥିଲେ। ପୁରାଣିକ ନୀଳକଣ୍ଠ ମିଶ୍ର, ପଣ୍ଡିତ ଲିଙ୍ଗରାଜ ଦାଶ, ଶିକ୍ଷାବିତ୍ ଶୈଳବାଳା ବାହିନୀପତି, ଆଡଭୋକେଟ୍ ମାଧବାନନ୍ଦ ପତି, ସିପିଆଇ ନେତା ମନୋରଞ୍ଜନ ପରିଡା, ପୁତୁରା ରବୀନ୍ଦ୍ରନାଥ ବାହିନୀପତି, ଜାମାତା ରବୀନ୍ଦ୍ର ତ୍ରିପାଠୀ, ପୂର୍ବତନ ସରପଞ୍ଚ ରବିନାରାୟଣ ପତି, ଯୋଗେନ୍ଦ୍ର ପତିଙ୍କ ସମେତ ଗ୍ରାମବାସୀମାନେ ମାଳତୀଙ୍କ ଶେଷ ଦର୍ଶନ କରିବା ସହିତ ଶୋକଵ୍ୟକ୍ତ କରିଥିଲେ। ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଏକମାତ୍ର ପୁତ୍ର ହରିହର ମୁଖାଗ୍ନି ଦେଇଥିଲେ।କୋଣାର୍କ
