ଆବାସ ଯୋଜନାରୁ ବାଦ
ଆବାସ ଯୋଜନାରୁ ବାଦ। ଚିନ୍ତାରେ ହିତାଧିକାରୀ କାମାକ୍ଷାନଗର-ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଆବାସ ଯୋଜନାରୁ ବାଦ। ଝାଟି ମାଟି ଘରେ ଜିରିପାଲ ଟାଣି ଅତି ଦୟନିୟ ଅବସ୍ଥାରେ ଅଛନ୍ତି। ଯୋଗ୍ୟ ହିତାଧିକାରୀ ଲିଷ୍ଟରେ ନାମ ଥାଇ ମଧ୍ୟ ବାଦ ପଡି ଗଲେ। ସରପଞ୍ଚଙ୍କ ଠାରୁ ଆରମ୍ଭକରି ବିଡିଓ ପଯ୍ୟନ୍ତ ସମସ୍ତଙ୍କ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିଲାନି। ପ୍ରଧାନମନ୍ତ୍ରୀ ଆବସ ଯୋଜନା ବନ୍ଦ ହୋଇଯିବା ପରେ ଚିନ୍ତାରେ ଏବେ ହିତାଧିକାରୀ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୩ ସୁଦ୍ଧା ସମସ୍ତ କଚା ଘରକୁ ପକାଘରେ ପରିଣତ କରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ଏବେବି ରାଜ୍ୟରେ ଅନେକ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଯାଇଛନ୍ତି। ସେହିଭଳି ଯୋଜନାରୁ ବାଦ ପଡିଥିବା ଗ୍ରାମ ଗୋଟିଏ ହେଲା ଢେଙ୍କାନଳ ଜିଲ୍ଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତର ଖାଲପାଳ ଗ୍ରାମ। ଗ୍ରାମରେ ୧୫ ରୁ ଉର୍ଧ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଯାଇଛନ୍ତି। ଭଙ୍ଗା ଦଦରା ଝାଟିମାଟି ଘରେ ଜରିପାଲ ଓ ଟିଣ ଚାଦର ଟାଣି ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ସାମାନ୍ୟ ବର୍ଷାହେଲେ ଘରେ ପାଣି ଗଳୁଛି। ଏନେଇ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ପଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଲେ ମଧ୍ୟ କିଛି ସୁଫଳ ମିଳୁନି।ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ସରପଞ୍ଚ ପ୍ରାଥମିକ ତାଲିକା ଦେଇଥାନ୍ତି। ଏବଂ ଏହାପାଇଁ ସ୍ବତନ୍ତ୍ର ବିଭାଗ ଦ୍ବାରା ପଦାଧିକାରି ମାନେ ଗ୍ରାମରେ ପହଞ୍ଚି ଚିହ୍ନଟ କରାଯାଇ ତାଲିକା ପ୍ରସୁତି କରାଯାଇଥାଏ। ଏବଂ ପରବର୍ତି ପର୍ଯ୍ୟାୟରେ ବିଭାଗର ଜଣେ ଅଧିକାରି ଘରଘର ବୁଲି ତଦନ୍ତ କରି ଚୁଡାନ୍ତ ତାଲିକା ପ୍ରସ୍ତୁତି କରାଯାଇଥାଏ। ତାପରେ ହହିତାଧିକାରୀଙ୍କୁ ଆବାସ ଯୋଜନା ଘର ମିଳିଥାଏ। କିନ୍ତୁ ଖଲପାଳ ଗ୍ରାମରେ ଏତେ ପରିମାଣର ଯୋଗ୍ୟ ହିତାଧିକାରୀ ଯୋଗ୍ୟ ତାଲିକାରୁ ବାଦ ପଡିଲେ କିପରି। ତେଣୁ ସରକାରି କର୍ମଚାରିଙ୍କ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ସନ୍ଦେହ ସୃଷ୍ଟିକରୁଛି। ବାଦ ପଡିଥିବା ହିତାଦିକାରି ମାନେ ହାତଗୁଞ୍ଜା ଦେଇ ନପାରିବାରୁ ଘର ପାଉନାହାଁନ୍ତି ଏବଂ ଗ୍ରାମରେ ହାତଗୁଞ୍ଜା ଦେଇ ଏକାଧିକ ଘର ହିତେଇଥିବା ଅଭିଯୋଗ ହେଉଛି। ଏବଂ ପୁନଶ୍ଚ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଘର ଦେବାପାଇ ତଦନ୍ତ ଦାବି କରିଛନ୍ତି। ଏନେଇ ଆମେ ସରପଞ୍ଚ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲୁ। ସରପଞ୍ଚ ସ୍ବୁକାର କରିଛନ୍ତି ସେମାନେ ଯୋଗ୍ୟହିତାଧିକାରି ଲିଷ୍ଟରେ ତାଙ୍କ ନାମ ଥିଲା କିନ୍ତୁ ସରକାରଙ୍କ ଚୁଡାନ୍ତ ତଦନ୍ତ ତାଲିକାରୁ ବାଦ ପଡିଯାଇଛନ୍ତି। ଏବଂ ଉପଜିଲ୍ଲାପାଳ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନ ବନ୍ଦ ହୋଇଯାଇଛି। ତେଣୁ ଆବାସ ଯୋଜନା ଦେବା ସମ୍ଭବପର ନୁହେଁ। ତଦନ୍ତକରି ଏମାନେ ‘ ମୋ ଘର’ ଯୋଜନାରେ ସାମିଲ କରିବାପାଇଁ କହିଛନ୍ତି।ତେବେ ଗ୍ରାମରେ ବାଦ ପଡିଥିବା ହିତାଧିକାରୀ କିପରି ଘର ପାଇବେ ଓ ଉପଜିଲ୍ଲାପାଳ ଦେଇଥିବା ପ୍ରତିଶୃତି କଅଣ କାର୍ଯ୍ୟାନୁଷ୍ଠାନ ହେଉଛି। ତା ଉପରେ ଗ୍ରାମବାସୀଙ୍କ ନଜର।
