ରେବ, କପାଳୀ ନଦୀରେ ବନ୍ୟା

ରେବ, କପାଳୀ ନଦୀରେ ବନ୍ୟା ବନ୍ତ ଠାରେ ଚଳିତ ଲଘୁଚାପ ବର୍ଷା ପ୍ରଭାବ ରେ ବନ୍ତ ବ୍ଲକ ରେ ପ୍ରବାହିତ ରେବ ,କପାଳୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏହି ନଦୀ ଗୁଡିକର ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ନଦୀନାଳ ସଂସ୍କାର ଯୋଜନାରେ ଠିକ ଭାବେ ଶେଷ କରାଯାଇ ନଥିବା ବେଳେ କେତେକ ସ୍ଥାନ ରେ ନିର୍ମିତ ଆଡି ବନ୍ଧ ରେ ପଥର ପେକଂ କରାଯାଇନି ଫଳରେ ଅତଢା ଖସି ନଦୀ ଗର୍ଭ ପୁଣି ପୋତି ହୋଇ ଯାଇଛି ଚଳିତ ଲଘୁଚାପ ଜନିତ ବର୍ଷା ରେ ଉକ୍ତ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଗ୍ରାମ ମାଡି ଯାଇଛି ଚାଷ ଜମି ବୁଡି ରହିଛି ଏହି ନଦୀ ଗୁଡିକୁ ସରକାରୀ ଭାବେ ମାନ୍ୟତା ମିଳିନଥିବାରୁ ବନ୍ୟା ସମୟରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ କୌଣସି ସରକାରୀ ସହାୟତା ମିଳୁ ନାହିଁ ଏବେ ଏହି ୨ଗୋଟି ନଦୀ କୂଳରେ ବାସକରୁଥିବା ରାମଚନ୍ଦ୍ରପୁର ,ବନ୍ତ, ଟିଲୋ ଛୟାଳସଂ, ଗଣିଜାଙ୍ଗ, ରାମପୁର,ରାମକୃଷ୍ଣ ପୁର, ଓଡଙ୍ଗ, ତୋଡଙ୍ଗା, କେନ୍ଦୁଆ ପଦା, ଗୋବିନ୍ଦ ପୁର, ନିଜୋକ, ଆଦି ପଞ୍ଚାୟତ ର ଶତାଧିକ ଗ୍ରାମ ର ଲୋକେ ବନ୍ୟା ପରିସ୍ଥିତି କୁ ଦେଖି ଚିନ୍ତା ରେ ଅଛନ୍ତି ସେହିପରି ବର୍ଷା ଜଳ ବିଭିନ୍ନ ଗ୍ରାମ ଓ ଚାଷ ଜମିକୁ ମାଡି ଯାଇଥିବା ଯୋଗୁଁ ଶହଶହ ଏକର ଚାଷ ଜମି ନଷ୍ଟ ହେବାର ସମ୍ବାବନା ସୃଷ୍ଟି ହୋଇଛି ତେଣୁ ଏହି ନଦୀ ଗୁଡିକରେ ପ୍ରଶାସନ ପକ୍ଷରୁ ଆଡିବନ୍ଧ ନିର୍ମାଣ କଲେ ହୁଏତ ପ୍ରତିବର୍ଷ ସୃଷ୍ଟି ହେଉଥିବା ପରିସ୍ଥିତି ବଦଳି ଯାଆନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *