ପାଣି ଘେରରେ ଧାମନଗର ର ବହୁ ପଞ୍ଚାୟତ

ବୈତରଣୀ ନଦୀ ଅବବାହିକାର ଉପର ମୁଣ୍ଡରେ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ ଏହାର ଶାଖା ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀରେ ଆସିଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକକୁ ସର୍ବାଧିକ ପ୍ରଭାବିତ କରିଦେଇଛି।ଏହାକୁ ଦୃଷ୍ଟିରେ ରଖି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମଲ୍ଲିମାହାରା,ଗୌରାଙ୍ଗପୁର ଏସକେପ୍ ଷେଣ୍ଢପୁର,ଗାନ୍ଧୀଘାଟ ଆଦି ସ୍ଥାନକୁ ଯାଇ ବିପଦ ସଙ୍କୁଳ ବନ୍ଧକୁ ସୁରକ୍ଷିତ ବ୍ୟବସ୍ଥା କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ଧାମନଗର ବନ୍ୟା ସମ୍ପର୍କରେ ଅବଗତ କରାଇ ଆଉ ଗୋଟିଏ ଅଧିକ ଏନଡିଆରଏଫ ଟିମ୍ ପଠାଇବାକୁ ଅନୁରୋଧ କରିଛନ୍ତି ,କହିଥିଲେ ମୁଁ ଧାମନଗରର ସେବକ ଆଉ ଆଜି ତାହା ପ୍ରମାଣ କରୁଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଝିପି ଝିପି ବର୍ଷା ,କିଟି କିଟି ଅନ୍ଧାର ରାତିରେ ବି ଲୋକଙ୍କ ପାଖରେ ରହି ସମ୍ଭାବ୍ୟ ବନ୍ୟାର ମୁକାବିଲା କରିବା ପାଇଁ ସାହସ ଦେଉଛନ୍ତି । ସୋହଡା ,ଆନନ୍ଦପୁର,ପଧାନୀ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ଭୟଭୀତ ନହୋଇ ବନ୍ୟା ମୁକାବିଲା କରିବା ପାଇଁ ପ୍ରୟାସ କରୁଛନ୍ତି ।

punil Kumar Samanta reporter

Leave a Reply

Your email address will not be published. Required fields are marked *