ଦୁର୍ଘଟଣାରେ ଚିତା ବାଘର ମୃତ୍ୟୁ
ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା ଚିତା ବାଘ କୁ ଉଦ୍ଧାର କରିଛି ବନ ବିଭାଗ ।ଗତକାଲି ବିଳମ୍ବିତ ରାତି ପ୍ରାୟ ଦୁଇ ଟା ସମୟରେ କୌଣସି ଏକ ଭାରିଯାନ ଧକ୍କାରେ ବାଘଟି ତଳେ ପଡ଼ି ଛଟପଟ ହେଉଥିବା ର ଦେଖିବାକୁ ମିଳିଥିଲା।ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବନ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ଗୁରୁତର ବାଘ ଟିକୁ ଭଞ୍ଜନଗର ପଶୁ ଚିକିତ୍ସାଳୟ କୁ ନେବା ସମୟରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ବାଘର କେମିତି ଦୁର୍ଘଟଣା ହେଲା ସେ ଦିଗରେ ତଦନ୍ତ କରୁଛି ବନ ବିଭାଗ।
