ବସ୍ତା ନିର୍ବାଚନ ମଣ୍ଡଳୀର ବଜ୍ରାଘାତରେ ୪ମୃତ ଏବଂ ୬ ଆହତ

ବୁଧବାର ଅପରାହ୍ନରେ ବଜ୍ରାଘାତରେ ବସ୍ତା ନିର୍ବାଚନ ମଣ୍ଡଳୀର ପତ୍ରଝଡ଼ା ପଞ୍ଚାୟତର ମହାଦେବସରାଇ ଗ୍ରାମର ୨ଜଣ, ପୁରୁଷୋତ୍ତମପୁର ପଞ୍ଚାୟତର ପଣସାପଡ଼ା ଗ୍ରାମର ୧ଜଣ ଏବଂ ସନ୍ତୋଷପୁର ପଞ୍ଚାୟତର ଥେଙ୍ଗଡିହା ଗ୍ରାମର ୧ଜଣ ମୃତ୍ୟୁବରଣ କରିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀର ଅନ୍ୟ ୬ଜଣଆହତ ହୋଇ ବସ୍ତା ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି।ବସ୍ତା ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁଙ୍କ ସୁପୁତ୍ର ଶ୍ରୀ ଅଞ୍ଜନ କୁମାର ସାହୁ ବସ୍ତା ଡାକ୍ତରଖାନାରେ ମୃତକ ମାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କର ଆମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ସେ ଆହତ ମାନଙ୍କୁ ଡାକ୍ତରଖାନା ରେ ଭେଟି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ଡାକ୍ତରଙ୍କ ସହ ସେମାନଙ୍କର ଚିକିତ୍ସା ବାବଦରେ ଆଲୋଚନା କରିଥିଲେ।
ବସ୍ତା ରୁ ବିଷ୍ଣୁପଦ ପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *