ପୁଲିସ ପ୍ରଶାସନ ପକ୍ଷରୁ ବାହୁଡାଯାତ୍ରା ଓ ସୁନାବେଶ ପ୍ରସ୍ତୁତ

ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନା ବେଶ କିଭଳି କୋଭିଡ କଟକଣା ଭିତ୍ତିରେ ଶାନ୍ତି ଶୃଙ୍ଖଳାରେ ବାହୁଡା ଯାତ୍ରା ଓ ସୁନାବେଶ ସମାପନ ହେବ ସେ ନେଇ ଆଡ଼ିସନାଲ ଡ଼ିଜି ରାଧା କୃଷ୍ଣ ଶର୍ମା ସମୀକ୍ଷା କରିଛନ୍ତି। ପୁରୀରେ ଏକ ସ୍ୱତନ୍ତ୍ର ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାରେ କେତେକ କ୍ଷେତ୍ରରେ ଏସଓପି ଉଲଘଂନ ହୋଇଥିବା ଘଟଣା ନଜର ଆସିବା ପରେ ବାହୁଡା ଯାତ୍ରାରେ ଏହାର କିଭଳି ପୁନରାବୃତ୍ତି ନ ହେବ ସେ ନେଇ ଆଡିସନାଲ ଡ଼ିଜି ଆର କେ ଶର୍ମା ଗୁରୁତ୍ୱ ଦେଇଥିଲେ। ସେହିପରି ସେ ନିଜେ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ବାହୁଡା ଯାତ୍ରାରେ କିଭଳି ପୋଲିସ ବାହିନୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବେ ସେ ନେଇ ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ବାହୁଡାଯାତ୍ରା ଓ ପରଦିନ ସୁନାବେଶକୁ ଦୃଷ୍ଟିରେ ରଖାଯାଇ କୋଭିଡ କଟକଣା ପାଇଁ ସୋମବାର ରାତି ୮ଟା ରୁ ବୁଧବାର ରାତି ୮ ଟା ଯାଏଁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ରହିବ। କୌଣସି ଦୋକାନ , ବଜାର ଖୋଲିବନି। ସେହିପରି ବଡ଼ଦାଣ୍ଡରେ ଥିବା ସମସ୍ତ ଲଜ , ହୋଟେଲ , ଧର୍ମଶାଳାକୁ ପୁରୀ ପୋଲିସ ପକ୍ଷରୁ କର୍ଫ୍ୟୁ ସମୟରେ ସିଲ କରାଯିବ। ସେହିପରି ବଡ଼ଦାଣ୍ଡରେ ଥିବା ଲୋକଙ୍କ ଘର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ଛାତ ଉପରେ କିମ୍ବା ଘର ବାଲକୋନିରେ ବାହୁଡା ଯାତ୍ରା ଦେଖି ପାରିବେନି। ଏ ନେଇ ପୋଲିସ ପକ୍ଷରୁ ଲୋକଙ୍କ ଘରକୁ ଘର ବୁଲି ପୋଲିସ ପକ୍ଷରୁ ଆଇନ ମାନିବାକୁ ସଚେତନ କରାଯାଇଛି। ତେବେ ପୁରୀ ସହର ବାସୀ ପୂର୍ବରୁ ରଥଯାତ୍ରା ସମୟରେ ଯେଭଳି କଟକଣା ମାନି ଘରେ ରହିଥିଲେ ସେହି ସହଯୋଗ ପୁନର୍ବାର କରିବାକୁ ଆଡ଼ିସନାଲ ଡ଼ିଜି ଆର.କେ ଶର୍ମା ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *