ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ତେର ପରିବାର ଓ ୨୫ଘର

ମାତ୍ର କେଇ ମିନିଟ ରେ ସବୁକିଛି ପୋଡ଼ି ପାଉଁଶ ହୋଇଗଲା , ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ଘର କୁ ନିଆଁ ଗ୍ରାସ କରିଥିଲା। ପୁରୀ ଜିଲ୍ଲା ଧାନ କେରା ପଞ୍ଚାୟତ ନୂଆ ଗାଁ ର ୨୫ ଘର୍ ଜଳି ପୋଡ଼ି ପାଉଁଶ ହୋଇଗଲା ସବୁ କିଛି। ହୁ ହୁ ନିଆଁ କବଳରୁ କେବଳ ଜୀବନ ବଞ୍ଚାଇ ଘରୁ ବାହାରି ଥିଲେ ଲୋକେ । ନିଆଁ ର ବିଭୀଷିକା ରେ ସର୍ଵଶାନ୍ତ ହୋଇ ଗଲେ ଦିବ୍ୟାଙ୍ଗ ପର୍ଶୁରାମ । ନିଆଁ ରେ ପର୍ଶୁରାମଙ୍କ ୪ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ବେଳେ ଝିଅ ବିବାହ ପାଇଁ ରଖିଥିବା ଆସବାବପତ୍ର ସୁନା ଗହଣା ସବୁ ନିଆଁ ରେ ପୋଡ଼ି ପାଉଁଶ ହୋଇଗଲା । ପୋଡ଼ା ପାଉଁଶ ଆଡ଼େଇ ଆଡ଼େଇ ଝିଅ ବିବାହ ପାଇଁ ରଖିଥିବା ସୁନା ଅଳଙ୍କାର କୁ ପାଉଁଶ ଭିତରୁ ଖୋଜୁଛନ୍ତି ପର୍ଶୁରାମ । କେବଳ ପର୍ଶୁରାମ ନୁଁହଁନ୍ତି ନୂଆଗାଁର ବିଶ୍ଵନାଥ ମାଝି, ସଞ୍ଜୟ ମାଝୀ, ସର୍ବେଶ୍ଵର ମାଝୀ ଙ୍କ ସମେତ ୧୩ ପରିବାରର ୨୫ ବଖରା ଘର ନିଆଁ ରେ ପୋଡ଼ି ହୋଇ ଭସ୍ମୀଭୂତ ହୋଇ ଥିବା ବେଳେ ଧାନ ଚାଉଳ ଆସବାବପତ୍ର ,ଲୁଗାପଟା ଓ ପିଲା ଙ୍କ ର ପଢ଼ା ବହି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଡ଼ିଛି । ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି କୁହାଯାଉ ଥିବା ବେଳେ ଅଗ୍ନିଶମ ବିଭାଗର ଅବହେଳା ପାଇଁ ଏଭଳି ବଡ଼ ଅଘଟଣ ଘଟିଲା ବୋଲି ଅଗ୍ନିବିପନ୍ନ ଅଭିଯୋଗ କରିଛନ୍ତି ।

ସେପଟେ ଅଗ୍ନି ବିପନ୍ନ ଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ସହିତ ପକ୍କା ଘର ଯୋଗାଇ ଦେବା ପାଇଁ ସମାଜସେବୀ ଅଶୋକ ପ୍ରଧାନ ଦାବୀ କରିଥିବା ବେଳେ ଅଗ୍ନିବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ,ପାନୀୟ ଜଳ ସହିତ ଜରି ପାଲ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ସ୍ଥାନୀୟ ତହସିଲଦାର କହିଥିବା ବେଳେ ଅଗ୍ନି ବିପନ୍ନ ଙ୍କୁ ଖୁବଶୀଘ୍ର ଯୋଗାଇ ଦେବା ର ବ୍ୟବସ୍ଥା କରାଯିବ । ଗତକାଲି ସନ୍ଧ୍ୟା ସମୟ ରେ ସର୍ଟ ସର୍କିଟ ପାଇଁ ଗାଁରେ ୨୫ଘର ଭସ୍ମୀଭୂତ ହୋଇ ଥିବା ବେଳେ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ବ୍ଲକ ଅଧଃକ୍ଷା ଘଟଣା ସ୍ଥଳରେ ପହଞ୍ଚି ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *