ଓଡ଼ିଆ ବିଶ୍ଵବିଦ୍ୟାଳୟ ର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଶୁଭାରମ୍ଭ

ପବିତ୍ର ଗୁରୁଦିବସରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଶୁଭାରମ୍ଭ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ସତ୍ୟବାଦି ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ଚଳିତ ଶିକ୍ଷା ବର୍ଷ ପାଇଁ ନାମଲେଖା ଶେଷ ହୋଇଥିବା ବେଳେ ଆଜି ଠାରୁ ପାଠ ପଢା ଆରଂଭ ହୋଇଚି।। ଗୁରୁ ଦିବସ ଠାରୁ ଅସ୍ଥାୟୀ ଭାବରେ ସତ୍ୟବାଦୀ ର ପାନ୍ଥଶାଳା ରେ ପାଠ ପଢା ଆରମ୍ଭ ହୋଇଛି।ବିଶ୍ବବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣାଧୀନ ରହିଛି । ବିଶ୍ବବିଦ୍ୟାଳୟରେ ତିନିଟି ବିଭାଗରେ ପ୍ରାୟ ୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଛନ୍ତି । ଗୁରୁ ଦିବସ ରେ ଛାତ୍ର ଛାତ୍ରୀ ମାନଙ୍କ ର ପାଠ ପଢା ଆରମ୍ଭ ହୋଇଛି ।
ମୁଖ୍ୟଅତିଥି ଭାହେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ରେ ପାଠ ପଢା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଗୁରୁ ଦିବସ ଅବସରରେ ବିଶ୍ଵ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପାଠ୍ୟକ୍ରମ ଶୁଭାରମ୍ଭ ଦିବସ ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟ କୁଳପତି ଡ ସବିତା ପ୍ରଧାନ ,ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏଡିଏମ ଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *