ଟ୍ରକ ପଛପଟୁ ଧକ୍କା ଦେଲା ଅନ୍ଯ ଏକ ଟ୍ରକ

ଟ୍ରକ ପଛପଟୁ ଧକ୍କା ଦେଲା ଅନ୍ଯ ଏକ ଟ୍ରକ , ଘଟଣା ସ୍ଥଳରେ ଟ୍ରକ ର ହେଲପର ଙ୍କ ମୃତ୍ଯୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା, ସୂଚନା ଅନୁଯାୟୀ ଆଜି ସକାଳେ ବାଲେଶ୍ବର ରୁ ଜଳେଶ୍ବର ଅଭିମୁଖେ ଦୁଇଟି ଟ୍ରକ ଆଗ ପଛ ହୋଇ ଯାଉଥିବା ସମୟରେ ବସ୍ତା ବାଇପାସ ନିକଟରେ ଆଗରେ ଯାଉଥିବା ଟ୍ରକ ଟି ଛିଡା ହେବା ପାଂଇ ଗାଡି ର ବେଗ କମାଇ ରାସ୍ତା ପାର୍ଶ୍ବ କୁ ଯାଉଥିବା ବେଳେ ପଛ ପଟୁ ଆସୁଥିବା ଅନ୍ଯ ଏକ ଟ୍ରକ ଦ୍ରୂତଗତିରେ ଆସି ଟ୍ରକ କୁ ପଛପଟୁ ଜୋର ରେ ଧକ୍କା ଦେଇ ଥିଲା , ଯାହା ଫଳରେ ପଛ ଟ୍ରକ ରେ ଥିବା ହେଲପର ଗାଡି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ଯୁବରଣ କରିଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ଥିଲେ, ଧକ୍କା ହେବା ଫଳରେ ଆଗରେ ଯାଉଥିବା ଟ୍ରକ ଟି ଭାରସାମ୍ଯ ହରାଇ ଜାତୀୟ ରାଜପଥ ରୁ 40 ଫୁଟ ତଳକୁ ନୟନଜୋଡି କୁ ଖସି ପଡିଥିଲା, ଯାହା ଫଳରେ ଆଗ ଟ୍ରକ ର ଡ୍ରାଇଭର ଗୁରୁତର ହୋଇ ଥିଲେ, ସ୍ଥାନୀୟ ଲୋକେ ପହଞ୍ଚି ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ, ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତାହତ ଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ହସପିଟାଲ କୁ ପଠାଇ ଥିଲେ, ମୃତକ ହେଲପର ଜଣଙ୍କ ଘର ଖୋର୍ଧା ଅଞ୍ଚଳ ର ବୋଲି ଜଣା ପଡିଛି , ଏହି ଘଟଣା ରେ ପୋଲିସ ଦୁଇଟି ଟ୍ରକ ଜବଦ କରି ଅଧିକ ତଦନ୍ତ ଜାରି ରଖିଛି

Bishnupada pati reporter

Leave a Reply

Your email address will not be published. Required fields are marked *