ଉଦଯାପିତ ହୋଇଯାଇଛି ସରକାରୀ ବହୁମୂଖୀ ବୈଷୟିକ ଶିକ୍ଷାନୁଷ୍ଠାନ ର ସାଂସ୍କୃତିକ ଉତ୍ସବ
କୋରେଇ ବ୍ଲକ ରଗଡି ସ୍ଥିତ ଯାଜପୁର ସରକାରୀ ବହୁମୂଖୀ ବୈଷୟିକ ଶିକ୍ଷାନୁଷ୍ଠାନ ରେ ବୁଧବାର ନୂଆ – ଓ ଯୁବ ଓଡିଶା ର ସାଂସ୍କୃତିକ ଉତ୍ସବ ୨୦୨୩ ଉଦଯାପିତ ହୋଇଛି l ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୃଷ୍ଟି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଗ୍ରାମ୍ୟ ଉନ୍ନୟନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀମାନେ ସର୍ବଦା ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ ତାଙ୍କ ଭାଷଣରେ ଶୃଙ୍ଖଳା, ସଂଜମତା ଓ ଏକାଗ୍ରତା ଛାତ୍ର ଜୀବନର ମୂଳମନ୍ତ୍ର ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସରପଞ୍ଚ ରାଜେନ୍ଦ୍ର କୁମାର ରାଉତ ରାୟ ଓ ସନ୍ତୋଷ କୁମାର ସ୍ଵାଇଁ ଯୋଗଦେଇ ଥିଲେ l ଅଧ୍ୟାପିକା ରୋଜାଲିନ ନାଥ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ସଫଳତା ବର୍ଣ୍ଣନା କରିଥିଲେ l ତେବେ ଅନୁଷ୍ଠାନ ରେ ରଙ୍ଗୋଲି, ଏକକ ନୃତ୍ୟ, ସମୁହ ନୃତ୍ୟ, ଫେସନ ଶୋ, କ୍ରିଏଟିଭ ଆର୍ଟ, ଶାସ୍ତ୍ରୀୟ ସଙ୍ଗୀତ ଓ ଚିତ୍ରକଳା ପ୍ରଭୃତି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ଙ୍କୁ ପ୍ରତିଭା ପତ୍ର ଓ ଟ୍ରଫି ଦିଆଯାଇ ପୁରସ୍କୃତ କରାଯାଇଥିଲା l ତେବେ ଛାତ୍ର ଛାତ୍ରୀ ମାନଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
