ବହୁଜନ ସମାଜ ପାର୍ଟିର ସଂକଳ୍ପ ସମାବେଶ

କୋଣାର୍କ,୧୬.୧୨ :- ଯାତ୍ରୀନିବାସ ସମ୍ମିଳିନୀରେ ବହୁଜନ ସମାଜ ପାର୍ଟି ପୁରୀ ଜିଲ୍ଲା ଆନୁକୂଲ୍ୟରେ ଆଧୁନିକ ଭାରତର ସମ୍ବିଧାନ ପ୍ରଣେତା ପରମ ପୂଜ୍ୟ ବାବା ସାହେବଙ୍କ 67 ତମ ମହାପରିନିର୍ବାଣ ଦିବସ ପାଳନ ଅବସରରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଂକଳ୍ପ ସମାବେଶ ପୁରୀ ଜିଲ୍ଲା ତଥା ଏହାର ଆଖ ପାଖ ଅଞ୍ଚଳରୁ ୭୦୦ କର୍ମୀ ଓ ଉତ୍ସାହୀ ଯୁବ ବନ୍ଧୁ, ମହିଳା ମାନଙ୍କର ବିପୁଳ ସମାବେଶ ଦେଖିବାକୁ ମିଳିଥିଲା l ଭାରତ ରତ୍ନ ଡ଼କ୍ଟର ବି. ଆର ଆମ୍ବେଦକରଙ୍କ ପ୍ରତି ଜନସାଧାରଣ ଙ୍କର ଗଭୀର ଶ୍ରଦ୍ଧା ଆଜିର ବିପୁଳ ସମାବେଶ ରେ ବେଶ ସ୍ପଷ୍ଟ ଜଣାପଡୁଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଧିମାନ ଧରମବୀର ସିଂ ଅଶୋକ ସାହେବ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଦଳିତ ଓ ପଛୁଆ ବର୍ଗ ମାନେ ଚୀର ଦିନ ପାଇଁ ଅବହେଳିତ ହୋଇ ରହି ଆସୁଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାଗଣା ରାସନ୍ ଦେଇ ଗରିବଙ୍କୁ ନିଜର ଅକ୍ତିଆର କରୁଛନ୍ତି। ସେମାନଂକୁ ଉଚିତ୍ ଶିକ୍ଷା ଦେବା ପାଇଁ ସଂକଳ୍ପ ଆହ୍ବାନ ଦେଇଥିଲେ। ଏହି କ୍ରମରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଥିଲେ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବହୁଜନ ସମାଜ ପାର୍ଟି ନିଜର ପ୍ରାର୍ଥୀ ଦେଇ ଲଢ଼ିବାକୁ ଘୋଷଣା କରିଛନ୍ତି।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *