ବାନରସେନା ପକ୍ଷରୁ ସାରସ୍ଵତ ସମାରୋହ
କୋଣାର୍କ,୧୭.୧୨-ଶିଶୁ ପତ୍ରିକା ବାନରସେନା ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସାରସ୍ଵତ ସମାରୋହ ଓ ସମ୍ବର୍ଧନା ଉତ୍ସବ ରବିବାର ଆୟୋଜିତ ହୋଇଯାଇଛି। ସଂପାଦକ ତଥା ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ଖଟୋଈଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ସ୍ତରର ଶିଶୁ ସାହିତ୍ୟିକ ମାନେ ଯୋଗଦେଇଥିଲେ। ଏହି ଅବସରରେ ଶିଶୁ ସାହିତ୍ୟ ଉପରେ ଆଲୋଚନା ଚକ୍ର, କବି ମାନଙ୍କ ଦ୍ଵାରା କବିତା ପାଠ, ଶିଶୁ ପତ୍ରିକା ଉନ୍ମୋଚନ, ଶିଶୁ ମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ସହ ଶିଶୁ ପତ୍ରିକା ବାନରସେନା ର ନୂତନ ସଂସ୍କରଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏଥି ସହିତ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ, ଲେଖକ ଲେଖିକା ମାନଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ପୁର୍ବରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତ୍ୟିକ ମାନେ ଯୋଗଦେଇଥିଲେ।
Gyana ranjan biswal reporter
